ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିହାରର ମୁଜାଫରପୁର ଅଦାଲତରେ ଶୁଣାଣୀ ଚାଲିଥିବା ସମୟରେ ଜଜ୍‌ଙ୍କୁ ବନ୍ଧୁକ ଦେଖାଇ ଜଣେ ଆଇନଜୀବୀ ଧମକ ଦେଇଥିବା ଅଭିଯୋଗ ହୋଇଛି.. ଏହି ଅଭିଯୋଗ ମିଳିବା ପରେ ପୁଲିସ ଆଇନଜୀବୀ ପଙ୍କଜ କୁମାର ଦାସ ଓରଫ୍‌ ପଙ୍କଜ କୁମାର ମହନ୍ତାଙ୍କୁ ଗିରଫ କରିଛି.. ଏଡିଜେଙ୍କ ଅଦାଲତରେ ଶୁଣାଣୀ ଚାଲିଥିବା ବେଳେ ପଙ୍କଜ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କାଢି ଧମକାଇଥିଲେ..

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼.. ଗୁଳିମାଡ଼ରେ ଇମ୍ରାନ ଆହତ.. ଅଭିଯୁକ୍ତ ଗିରଫ..

ଗୁଜୁରାଟ ଓ ହିମାଚଳ ପ୍ରଦେଶ ପାଇଁ କାହିଁକି ଅଲଗା ମତଦାନ ତାରିଖ.. ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ..

ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ରାମଦାସ..

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ.. ଡିସେମ୍ବର ୧ ଓ ୫ ତାରିଖରେ ହେବ ନିର୍ବାଚନ..

୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ପଡ଼ିଛି ଭୋଟ୍‌… ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ… ସଂଧ୍ୟା ୬ଟା ଯାଏଁ ଚାଲିଥିଲା ଭୋଟିଂ… ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ହୋଇଛି ଉପନିର୍ବାଚନ… ୭ ଆସନ ପାଇଁ ମୈଦାନରେ ରହିଛନ୍ତି ୪୭ ପ୍ରାର୍ଥୀ…

ଧାମନଗରର ୧୩୯ନଂ ବୁଥରେ ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟଣା… ପ୍ରତିକ୍ରିୟା ରଖିଲେ ସିଇଓ… କହିଲେ ଏହା ଏକ ଦୁଃଖଦ ଘଟଣା… ପରିବାରକୁ ମିଳିବ ୧୫ଲକ୍ଷର କ୍ଷତିପୂରଣ… ଗତକାଲି ନଟବର ହଠାତ୍‌ ଅସୁସ୍ଥତା ପରେ ହୋଇଥିଲେ ଡାକ୍ତିରଖାନାରେ ଭର୍ତ୍ତି…

ଧୂଆଁ ଧୂଆଁ ରାଜଧାନୀ… ଦିଲ୍ଲୀର ସମସ୍ତ ଅଞ୍ଚଳରେ ବାୟୁ ଗୁଣବତ୍ତା ଖରାପ… ଏନସିଆରରେ ୪ଶହ ଟପିଲା ଏକ୍ୟୁଆଇ… ଦେଖାଯାଉନି ରାସ୍ତାଘାଟ… ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଦିଲ୍ଲୀବାସୀ… ଟିକିଏ ଶୁଦ୍ଧ ବାୟୁ ପାଇଁ ଲୋକେ କରୁଛନ୍ତି ସଂଗ୍ରାମ…

ରାଜ୍ୟରେ ସରୁନି ଦାଦନ ଦୁଃଖ… ଉଦ୍ଧାର ହେଲେ ଆଉ ୫୨ ଦାଦନ ଶ୍ରମିକ… କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ… ହାଇଦ୍ରାବାଦ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ ଧରିଲା ପୁଲିସ… ଘଟଣାରେ ଜଣେ ଦଲାଲ ଅଟକ… ଅନ୍ୟ ଜଣେ ଫେରାର… ଅଟକ ଦଲାଲକୁ ପଚରାଉଚରା କରୁଛି ପୁଲିସ…

ଇଡି ଖୋଲିବ ନାଗ ପେଡ଼ି… ଫିଟିବ ଲେଡି ବ୍ଲାକମେଲର ମାମଲାର ଗୁମର… ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ… ୪ ଜଣଙ୍କ ନାଁରେ ମାମଲା ରୁଜୁ… ପ୍ରଥମ ପର୍ଯ୍ୟାୟର ଅଭିଯୁକ୍ତ ତାଲିକାରେ ରହିଛନ୍ତି ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ…  ଖଗେଶ୍ବର ସାହୁ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଘନଘନ ଜେରା କରିବ ଇଡି…

Comments are closed.