www.samajalive.in
Sunday, December 14, 2025
23.1 C
Bhubaneswar

ବିହାରରେ ଶୁଣାଣୀ ସମୟରେ ଜଜ୍‌ଙ୍କୁ ବନ୍ଧୁକ ଦେଖାଇଲେ ଆଇନଜୀବୀ -ଗିରଫ କଲା ପୁଲିସ

ପାଟନା – ବିହାରର ମୁଜାଫରପୁର ଅଦାଲତରେ ଶୁଣାଣୀ ଚାଲିଥିବା ସମୟରେ ଜଜ୍‌ଙ୍କୁ ବନ୍ଧୁକ ଦେଖାଇ ଜଣେ ଆଇନଜୀବୀ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ମିଳିବା ପରେ ପୁଲିସ ଆଇନଜୀବୀ ପଙ୍କଜ କୁମାର ଦାସ ଓରଫ୍‌ ପଙ୍କଜ କୁମାର ମହନ୍ତାଙ୍କୁ ଗିରଫ କରିଛି । ଏଡିଜେଙ୍କ ଅଦାଲତରେ ଶୁଣାଣୀ ଚାଲିଥିବା ବେଳେ ପଙ୍କଜ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କାଢି ଧମକାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ କାବୁ କରିଥିଲେ । ପରେ ପେସ୍କାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।

ଏହି ଘଟଣାପରେ ମୁଜାଫରପୁର ଓକିଲ ସଂଘର ଅଧ୍ୟକ୍ଷ ସମ୍ପାଦକ ତଥା ଅନ୍ୟ କର୍ମକତ୍ତା ସେଠାରେ ପହଞ୍ଚି ଏଡିଜେଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି । ପରେ ଅଭିଯୁକ୍ତ ଆଇନଜୀବୀ ପଙ୍କଜଙ୍କୁ ସିଜିଏମ୍‌ ବା ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜିର କରାଯାଇଥିଲା । ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

- Advertisement -

ଏ ବିଷୟରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓକିଲ ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଏ ବିଷୟରେ ସଂଘର ବୈଠକରେ ପରବର୍ତ୍ତୀ ଆଲୋଚନା କରାଯିବ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories