ନୂଆଦିଲ୍ଲୀ : ମଣିପୁରର ଜିରିବାମରେ ସିଆରପିଏଫ୍ ଓ ପୁଲିସ ଉପରକୁ ଅଚାନକ ଆକ୍ରମଣ ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି । ୧୪ ଜୁଲାଇରେ ଏହି ଆକ୍ରମଣ ଯୋଜନାବଦ୍ଧ ଭାବେ ହୋଇଥିବା ଅନୁମାନ କରାଯାଉଛି । ସିଆରପିଏଫ୍ ଓ ରାଜ୍ୟ ପୁଲିସର ଟିମ ଉପରକୁ ଏହି ଆକ୍ରମଣ ହୋଇଥିଲା । ୨୦ ବାଟାଲିୟନ ସିଆରପିଏଫ୍ ଓ ଜିରିବାମ ଜିଲା ପୁଲିସର ସଂଯୁକ୍ତ ଟିମ ଏକାଠି ଏକ ଅପରେସନ କରୁଥିବା ସମୟରେ କିଛି ଆକ୍ରମଣକାରୀ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ୩ ଯବାନ ଆହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । କହିରଖୁଛୁ ଗତ କିଛି ଦିନ ଧରି ମଣିପୁରରେ ହିଂସା ପରିସ୍ଥିତି ଉପୁଜିଛି । ଏଠାରେ କୁକି ଓ ମୈତେଇ ସମୁଦାୟ ମଧ୍ୟରେ ସଂଘର୍ଷ ଜୋର ଧରିଛି । କିଛି ଦିନ ତଳେ ୨ ସଶସ୍ତ୍ର ଦଳ ମଧ୍ୟରେ ଗୁଳିମାଡ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
Popular Categories



