www.samajalive.in
Thursday, December 11, 2025
18.1 C
Bhubaneswar

ଆପଣ ବି କରିପାରିବେ କାରକୁ ବୁଲେଟପ୍ରୁଫ୍, ଜାଣନ୍ତୁ..

ନୂଆଦିଲ୍ଲୀ : ରାଜନେତାଙ୍କଠୁ ଆରମ୍ଭ କରି ବଡ ବ୍ୟବସାୟୀ ଏବଂ ସେଲିବ୍ରିଟିମାନେ ଆଜିକାଲି ନିଜ ସୁରକ୍ଷା ପାଇଁ ବୁଲେଟପ୍ରୁଫ୍ କାର୍ ବ୍ୟବହାର କରୁଛନ୍ତି । ତେବେ ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିଥାଏ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ କି ଏକ ସାଧାରଣ କାରକୁ ବୁଲେଟପ୍ରୁଫ୍ କରାଇଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ ଜଣାଇବୁ । ଆସନ୍ତୁ ଜାଣିବା..

କାରକୁ ବୁଲେଟପ୍ରୁଫ୍ କରିବା ପାଇଁ ଏହା ନିର୍ଭର କରେ କି ଆପଣ ଏହାକୁ କେତେ ମାତ୍ରାରେ ବୁଲେଟପ୍ରୁଫ୍ କରିବାକୁ ଚାହୁଁଛନ୍ତି । ବଡ ଏବଂ ବିଳାସପୂର୍ଣ୍ଣ କାରକୁ ବୁଲେଟପ୍ରୁଫ୍ କରିବା ପାଇଁ ସାଧାରଣ ଛୋଟ କାର ତୁଳନାରେ ଅଧିକ ମହଙ୍ଗା ହୋଇଥାଏ । ଆପଣ କେଉଁ ପ୍ରକାର ଗୁଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତାହାର ବିଭିନ୍ନ ସ୍ତର ରହିଛି । ଉଚ୍ଚ ସ୍ତରର ସୁରକ୍ଷା ପାଇଁ ଅଧିକ ମହଙ୍ଗା ସାମଗ୍ରୀ ଏବଂ ପରିଶ୍ରମର ଆବଶ୍ୟକତା ପଡିଥାଏ ।

- Advertisement -

ଭାରତରେ ଏକ କାରକୁ ବୁଲେଟପ୍ରୁଫ୍ କରିବା ପାଇଁ ସାଧାରଣତଃ ୫ ଲକ୍ଷରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । କିଛି ମାମଲାରେ ଏହି ଖର୍ଚ୍ଚ ୧ କୋଟି ମଧ୍ୟ ଛୁଇଁଥାଏ । କାର ବଡିକୁ ବୁଲେଟପ୍ରୁଫ୍ ଷ୍ଟିଲ ବା ଆଲୁମିନିୟମ୍ ଭଳି ମଜଭୁତ ସାମଗ୍ରୀ ବ୍ୟବହାର କରି ଅଧିକ ମଜଭୁତ କରାଯାଏ । ଏହାର ଡୋର ଏବଂ ଗ୍ଲାସକୁ ମଜଭୁତ କରିବା ପାଇଁ ବିଭିନ୍ନ ସାମଗ୍ରୀ ଲାଗିଥାଏ । ଗାଡିର ସମସ୍ତ କାଚକୁ ବୁଲେଟପ୍ରୁଫ୍ କରାଯାଇଥାଏ । ତେବେ କହିରଖୁଛୁ ବୁଲେଟପ୍ରୁଫ୍ କାର ମଧ୍ୟ ସମ୍ପୂର୍ଣ୍ଣ ରୂପେ ଗୁଳିରୋଧୀ ନୁହେଁ । ଗୁଳିରୁ ରକ୍ଷା ପାଇବା ପାଇଁ ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ନିର୍ଭର କରେ । ଯଦି ଆପଣ ନିଜ କାରକୁ ବୁଲେଟପ୍ରୁଫ୍ କରାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ଅନୁଭବୀ ଏବଂ ପ୍ରତିଷ୍ଠିତ ବୁଲେଟପ୍ରୁଫିଂ କମ୍ପାନୀର ପରାମର୍ଶ ନେବା ଉଚିତ୍ ।

ବିକାଶ ବାଟବଣା, ବାଧକ ସାଜିଛି ଲକ୍ଷ୍ମୀନାଳ

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories