www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ନକଲି କୁମ୍ଭୀର ଭାବି ସେଲ୍‌ଫି ନେବାକୁ ଯାଇଥିବା ଯୁବକଙ୍କୁ ଟାଣି ନେଲା କୁମ୍ଭୀର, ତା’ପରେ

ନୂଆଦିଲ୍ଲୀ : ଫିଲିପାଇନ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ଜଣେ ୨୯ ବର୍ଷୀୟ ଯୁବକ ସେଲ୍‌ଫି ନେବା ନିଶାରେ କୁମ୍ଭୀର ଖୁଆଡକୁ ଯାଇ କୁମ୍ଭୀର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସୋମବାର, ୨୮ ଏପ୍ରିଲରେ କବୁଗ ଆଇଲ୍ୟାଣ୍ଡ ମ୍ୟାନ୍‌ଗ୍ରୋଭ୍‌ ଆଣ୍ଡ ୱେଟ୍‌ଲ୍ୟାଣ୍ଡ ପାର୍କରେ ଘଟିଛି । ଯୁବକ ଜଣକ ମୋବାଇଲ୍‌ ନେଇ କୁମ୍ଭୀର ଖୁଆଡ ଭିତରକୁ ଯାଇଥିଲେ। ସେ ଭାବିଥିଲେ କୁମ୍ଭୀରଟି ଅସଲି ନୁହେଁ ବରଂ ନକଲି ଓ ପ୍ଲାଷ୍ଟିକ୍‌ର । ମାତ୍ର କିଛି କ୍ଷଣରେ କୁମ୍ଭୀର ହଠାତ୍‌ ଯୁବକଙ୍କ ଉପରେ ଆକ୍ରମଣ କରିଥିଲା ।

୫୦୦ ବର୍ଷ ପରେ ମେ’ରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, କିଣିବେ ଘର, ହେବେ ଭାଗ୍ୟଶାଳୀ..

- Advertisement -

ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁଯାୟୀ, କୁମ୍ଭୀର ଯୁବକଙ୍କୁ ହାତକୁ ପ୍ରଥମେ କାମୁଡି ଧରିଥିଲା। ଏହାପରେ ପାଣି ଭିତରକୁ ଟାଣି ନେଇ ବାରମ୍ବାର ଆକ୍ରମଣ କରୁଥିଲା। ଯୁବକ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିଲେ।
ଏହି ଭୟଙ୍କର ପରିସ୍ଥିତିରେ ଜଣେ ଚିଡିଆଖାନା କର୍ମଚାରୀଙ୍କ ବେଶ ପ୍ରଶଂସା କରାଯାଉଛି। ସେ ପ୍ରଥମେ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣକ କୁମ୍ଭୀର ଖୁଆଡକୁ ଯାଇଥିଲେ। କୁମ୍ଭୀର ଆକ୍ରମଣ କରିବା ଦେଖି ସେହି କର୍ମଚାରୀ ଜଣକ କୁମ୍ଭୀର ଖୁଆଡ ଭିତରକୁ ଯାଇ ନିଜ ଜୀବନକୁ ବିପଦରେ ପକାଇ କୁମ୍ଭୀରକୁ କଂକ୍ରିଟ୍‌ ଖଣ୍ଡରେ ମାରିବା ପରେ କୁମ୍ଭୀର ଯୁବକଙ୍କୁ ଛାଡି ଦେଇଥିଲା।

ଦେଖନ୍ତୁ ଭିଡିଓ ; ଆଖୁରସ ମେସିନ୍‌ରେ ପଶିଗଲା ମହିଳାଙ୍କ ବେଣି, ତା’ପରେ..

ଏହାପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବକଙ୍କ ହାତ ଓ ଗୋଡରେ ୫୦ରୁ ଅଧିକ ସିଲେଇ ପକାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଏଭଳି ନକରିବା ପାଇଁ ଅପିଲ୍‌ କରାଯାଇଛି। ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ ; ଆତଙ୍କବାଦୀଙ୍କ ଠିକଣା ଦେଖାଇବାକୁ ଯାଉଥିବା ଯୁବକ ନଦୀକୁ ଡେଇଁ ହାରିଲା ଜୀବନ..

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories