www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ ; ଆତଙ୍କବାଦୀଙ୍କ ଠିକଣା ଦେଖାଇବାକୁ ଯାଉଥିବା ଯୁବକ ନଦୀକୁ ଡେଇଁ ହାରିଲା ଜୀବନ..

ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀରର କୁଲଗାମ୍‌ରେ ଜଣେ ଯୁବକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରବିବାରରେ କୁଲଗାମରେ ତଙ୍ଗମାର୍ଗରେ ୨୨ ବର୍ଷର ଇମିତିଆଜ୍‌ ଅହମ୍ମଦ ମାଗ୍ରେଙ୍କ ମୃତଦେହ ନଦୀରୁ ଜବତ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ,ମାଗ୍ରେ ଜଣେ ଓଭରଗ୍ରାଉଣ୍ଡ କର୍ମୀ ଥିବା ସହ ସେନାଙ୍କୁ ଆତଙ୍କବାଦୀଙ୍କ ଆଡ୍ଡା ମଧ୍ୟ ଦେଖାଇଥିଲା। ରବିବାର ଆଉ ଥରେ ପୁଣି ଆତଙ୍କବାଦୀଙ୍କ ଆଉ ଏକ ଆଡ୍ଡା ମଧ୍ୟ ଦେଖାଇବାକୁ ନେଉଥିଲା, ମାତ୍ର ସେହି ସମୟରେ ସେ ନଦୀକୁ ଡେଇଁ ଜୀବନ ହାରିଥିଲା। ଯବାନମାନେ ସେହି ସମୟରେ ଡ୍ରୋନ୍‌ ବ୍ୟବହାର କରିଥିବାରୁ ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇ ଯାଇଥିଲା । ଇମିତିଆଜ୍‌ ମାଗ୍ରେ ମେ’ ୩ରେ ଧରାପଡିବା ସହ ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ସେ ଆତଙ୍କବାଦୀଙ୍କ ଓଭରଗ୍ରାଉଣ୍ଡ କର୍ମୀ ଥିଲା ଓ ଦୀର୍ଘ ସମୟ ଧରି ଆତଙ୍କବାଦୀଙ୍କ ସହାୟତା କରୁଥିଲା।

- Advertisement -

କେବଳ ଇମତିଆଜ ନୁହେଁ ବରଂ ୧୦୦ ରୁ ଅଧିକ ଓଭରଗ୍ରାଉଣ୍ଡ କର୍ମୀ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି, ଯେଉଁମାନଙ୍କୁ ପଚରାଉଚରା କରାଯାଉଛି ଏବଂ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଓଭରଗ୍ରାଉଣ୍ଡ କର୍ମଚାରୀମାନଙ୍କଠାରୁ ସେନା ଏବଂ ପୁଲିସ ମଧ୍ୟ ବହୁତ ସୂଚନା ପାଇଛି। ଯେପରିକି ପହଲଗାମକୁ ଆସିଥିବା ଆତଙ୍କବାଦୀମାନଙ୍କ ପାଖରେ କି ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା, ସେମାନେ ଆସିବା ପାଇଁ କେଉଁ ରାସ୍ତା ବାଛିଥିଲେ ଏବଂ ଖସିଯିବା ପାଇଁ କେଉଁ ରାସ୍ତା ବାଛିଥିଲେ। ଏହି ଆକ୍ରମଣ ପଛରେ କିଏ ଥିଲେ? ଏହି ପ୍ରସଙ୍ଗରେ ପାକିସ୍ତାନର ନାମ ସିଧାସଳଖ ଆଗକୁ ଆସିଛି। ଏଥିରେ ଲସ୍କର-ଏ-ତୋଇବାର ନାମ ମଧ୍ୟ ଆସିଛି। ପହଲଗାମରେ ଏନଆଇଏ ଟିମ୍ ନିରନ୍ତର କାମ କରୁଛି।

୫୦୦ ବର୍ଷ ପରେ ମେ’ରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, କିଣିବେ ଘର, ହେବେ ଭାଗ୍ୟଶାଳୀ..

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories