ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏପରି ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । କିଛି ଭିଡିଓ ସତର୍କ ରହିବା ପାଇଁ ସତର୍କ ସୂଚନା ମଧ୍ୟ ପ୍ରଦାନ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ ଜଣେ ମହିଳାଙ୍କ କେଶ କିଭଳି ଆଖୁରସ ତିଆରି ହେଉଥିବା ମେସିନ୍ ଭିତରେ ପଶିଯାଇଛି । ଆଖୁରସ ତିଆରି ପାଇଁ ବ୍ୟବହାର କରାଯାଉଥିବା ମେସିନ୍କୁ ଖୁବ୍ ସତର୍କତାର ସହ ବ୍ୟବହାର କରାଯାଏ ।
ମହିଳା ଜଣକ ଆଖୁରସ ତିଆରି ହେଉଥିବା ମେସିନ୍ ନିକଟରେ ଠିଆ ହୋଇଥିବା ବେଳେ ତାଙ୍କ କେଶ ମେସିନ୍ ଭିତରେ ଫସି ରହିଯାଉଛି । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ଜଣେ ତୁରନ୍ତ ମହିଳା ଜଣଙ୍କୁ ସୁରକ୍ଷିତ କରିବା ସହ ତାଙ୍କ କେଶକୁ ମେସିନ୍ରୁ ବାହାର କରିଥିଲେ । ନଚେତ୍ ବଡ ଅଘଟଣ ଘଟି ଥାନ୍ତା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।
୫୦୦ ବର୍ଷ ପରେ ମେ’ରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍, କିଣିବେ ଘର, ହେବେ ଭାଗ୍ୟଶାଳୀ..
ଦେଖନ୍ତୁ ଭିଡିଓ ; ଆତଙ୍କବାଦୀଙ୍କ ଠିକଣା ଦେଖାଇବାକୁ ଯାଉଥିବା ଯୁବକ ନଦୀକୁ ଡେଇଁ ହାରିଲା ଜୀବନ..



