www.samajalive.in
Saturday, December 6, 2025
19.1 C
Bhubaneswar

ଅହମଦିୟା ମୁସଲିମ ଧର୍ମ ସମ୍ମିଳନୀରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସମ୍ପ୍ରଦାୟର ଦୃଢ ନିନ୍ଦା

ଭୁବନେଶ୍ୱର : ଅହମଦିୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ପକ୍ଷରୁ ୟୁନିଟ -୪ ସ୍ଥିତ ମସଜିଦ ହମଦ ଠାରେ ଜନାବ ମୁହମ୍ମଦ ନୁରୁଦ୍ଦିନ ଅମିନ ପ୍ରେସିଡେଣ୍ଟ ଅହମଦିୟା ମୁସଲିମ ଜମାତ ଭୁବନେଶ୍ୱରଙ୍କ ଅଧ୍ୟକ୍ଷତାରେ ଅହମଦିୟା ମୁସଲିମ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜନାବ ମୁହମ୍ମଦ ନୁରୁଦ୍ଦିନ ଅମିନ ସଭାପତିତ୍ଵ ଅଭିଭାଷଣ ରଖି  କହିଥିଲେ ଯେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଅହମଦୀୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏହି ଘଟଣାରେ ୨୭ ଜଣ ମୂଲ୍ୟବାନ ଜୀବନ ହରାଇଛନ୍ତି ଏବଂ ଅନେକ ନିର୍ଦୋଷ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣ କେବଳ ମାନବାଧିକାରର ଖୋଲା ଉଲଂଘନ ନୁହେଁ ବରଂ ଧର୍ମ, ନୈତିକତା ଏବଂ ମାନବିକତା ର ମୂଲ୍ୟବୋଧର ବିରୁଦ୍ଧ ଅଟେ ବୋଲି ସେ କହିଥିଲେ।

- Advertisement -

ଅହମଦୀୟା ମୁସଲିମ ସମ୍ପ୍ରଦାୟ ଏହି ଦୁଃଖଦ ଘଟଣା ଉପରେ ଗଭୀର ଦୁଃଖ ଏବଂ ଶୋକ ପ୍ରକଟ କରୁଛି ଏବଂ ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି। ତଥା ଆହତମାନଙ୍କ ଶୀଘ୍ର ଅରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଅହମଦୀୟା ମୁସଲିମ ସମ୍ପ୍ରଦାୟ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ଉଗ୍ରବାଦ ବିରୁଦ୍ଧରେ ଦୃଢ ଭାବରେ ଛିଡ଼ା ହୋଇଛି। ଏବଂ ସବୁ ବେଳେ ଶାନ୍ତି, ସହନଶୀଳତା ଏବଂ ମାନବତାର ସୁରକ୍ଷା ପାଇଁ ସ୍ୱର ଉଠାଇ ଆସିଛି ବୋଲି ଜନାବ ମୁହମ୍ମଦ ନୁରୁଦ୍ଦିନ ଅମିନ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜନାବ ମୌଲବୀ ଅବଦୁଲ ଓକିଲ ନିୟାଜ ସାହିବ ‘ଜୀବନରେ ଶାନ୍ତି ଏବଂ ସଦୟତା କିପରି ପ୍ରତିଷ୍ଠା କରିବା’, ଜନାବ ମୌଲବୀ ସୟଦ କଲିମୁଦ୍ଦିନ ସାହିବ ‘ପାରିବାରିକ ଜୀବନ ସମସ୍ୟା ଏବଂ ତାହାର ସମାଧାନ’ ଓ ଜନାବ ମୌଲବୀ ମୁଜାହିଦ ଶାସ୍ତ୍ରୀ ସାହିବ ‘ସର୍ବଶକ୍ତିମାନ ଅଲ୍ଲାହଙ୍କ ସହିତ ସମ୍ପର୍କ କିପରି ଗଢ଼ିବା’ ବିଷୟରେ  ଆଲୋକପାତ କରିଥିଲେ।

ପବିତ୍ର କୋରାନ ପାଠ କାସିମ ଆହମଦ କରିଥିବା ବେଳେ ଊର୍ଦ୍ଧ୍ବୁ କବିତା ବଶିର ଆହମଦ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ନାଏବ ଅମିର ଡାକ୍ତର ଜହିରୁଦ୍ଦିନ ଖାନ , ସୟଦ ଶକିଲ ରହମାନ , ତାହିର ଅହମଦ ଖାନ, ଅହମଦ ସଲାମ, ଶାମିମି ଅହମଦ, ମୁବାରକ ଅହମଦ ଖାନ, ଅବଦୁଲ ସଲାମ ଏବଂ ସୟଦ ଫିରୋଜ ଅହମଦ ପରିଚାଳନା କରିଥିଲେ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories