ଖଣ୍ଡପଡା/କଣ୍ଟିଲୋ : ଖଣ୍ଡପଡା ବ୍ଳକ ଅଧିନ ସିଧାମୂଳା ନିକଟସ୍ଥ ମହାନଦୀ ଘାଟରୁ ଶୁକ୍ରବାର ସକାଳେ ମାଛ ମାରୁଥିବା ବେଳେ ଶ୍ୟାମସୁନ୍ଦର ସାହୁଙ୍କ ଜାଲରେ ଏକ ଛୁଆ ଗମୁଆଁ କୁମ୍ଭୀର ଧରା ପଡିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବରପାଇ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କ ନିର୍ଦେଶକ୍ରମେ ବନରକ୍ଷୀ ଜଲି ସାମଲ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ କୁମ୍ଭୀର ଛୁଆଟିକୁ ତାଙ୍କୁ ହସ୍ତାନ୍ତର କରିଥିଲେ। ପରେ ଟିକରପଡା ନିକଟସ୍ଥ ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଉକ୍ତ କୁମ୍ଭୀର ଛୁଆଟିକୁ ପଠାଇ ଦିଆଯାଇଥିବା ଜଣାଯାଇଛି।
Popular Categories



