www.samajalive.in
Saturday, December 6, 2025
14.1 C
Bhubaneswar

ଜଳାଶୟ ପୁନରୁଦ୍ଧାରରେ ବ୍ୟାପକ ଅନିୟମିତତା ଅଭିଯୋଗ

ବ୍ରଜରାଜନଗର: ଜିଲ୍ଲା ଖଣିଜ ପାଣ୍ଠି, ବ୍ରଜରାଜନଗର ପୌର ପରିଷଦ ପାଣ୍ଠି ଓ ଓୟୁଆଇଡ଼ିଏଫ୍‍ ପାଣ୍ଠିର ଅନୁଦାନରେ ରେମଜା ଗ୍ରାମର ତିନୋଟି ଜଳାଶୟର ପୁନରୁଦ୍ଧାର ଓ ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହି ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ ୨୦୧୮ ମସିହାରେ ଟେଣ୍ଡର ପ୍ରକାଶ ପାଇଥିଲେ ହେଁ ବିଭିନ୍ନ ସମସ୍ୟା କାରଣୁ ଏହା ବିଳମ୍ବିତ ହୋଇଥିଲା। ତେବେ ଚଳିତ ବର୍ଷ ଲକ୍‍ ଡ଼ାଉନ ନିୟମ କୋହଳ ହେବା ପରଠାରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ସେପଟେ ବ୍ରଜରାଜନଗର ପୌରାଂଚଳ ଅନ୍ତର୍ଗତ ରେମଜା ଗ୍ରାମରେ ଚାଲିଥିବା ଜଳାଶୟର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି। ପୁନରୁଦ୍ଧାର କାର୍ଯ୍ୟ ଏବଂ ନିର୍ମାଶ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ କରାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଳାଶୟର ବିଭିନ୍ନ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନ କରାଯାଉଛି। ତେଣୁ ଏହାର ତଦନ୍ତ କରାଯିବା ନେଇ ଗତ ୧୫ ତାରିଖ ଦିନ ରେମଜା ୱାର୍ଡ ନମ୍ବର-୨୦ର କେତେକ ଜନ ସାଧାରଣ ପୌର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷତ କରି ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରିବା ପରେ ଫିଲ୍ଡ ଇନକ୍ୱାରୀ ପାଇଁ ଜୁନ ୨୬ ତାରିଖ ସ୍ଥିର କରାଯାଇ ଅଭିଯୋଗକାରୀଙ୍କୁ ଉପସ୍ଥିତ ରହିବାକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ରେମଜା ଜଳାଶୟ ନିକଟରେ ଶତାଧିକ ମହିଳା ଓ ପୁରଷ ରୁଣ୍ଡ ହୋଇ ରହିଥିଲେ। ତଦନ୍ତକାରୀ ଦଳରେ ପୌର ନିବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଗଣ ଘଟଣାସ୍ଥଳରେ ପହଂଚିବା ପରେ ଲୋକେ ଜଳାଶୟର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅଭିଯୋଗର ଲମ୍ବା ତାଲିକା ଶୁଣାଇଥିଲେ।

- Advertisement -

ବର୍ଷା ଲାଗି ରହିଥିବା ସମୟରେ ଜଳାଶୟ ମଧ୍ୟରେ ଗାର୍ଡ ୱାଲ ତିଆରି କରାଯାଇଥିଲା। ଏଥିରେ ୧୫୦ ଟଙ୍କିଆ ସିମେଣ୍ଟ, ସସ୍ତା କ୍ୱାଲିଟିର ଲୁହା ରଡ଼ ଓ ନିମ୍ନମାନର ଚିପ୍ସ ମେଟାଲ ବ୍ୟବହାର କରାଯାଇଥିବାରୁ ଗାର୍ଡ ୱାଲ ବିନା କାରଣରୁ ଭୁଷିଡ଼ି ଯାଇଥିଲା। ସେହି ପରି ଏଷ୍ଟିମେଟ ଅନୁସାରେ ଜଳାଶୟର ମାଟି ଖନନରେ ବ୍ୟାପକ ଅନିମିତତା କରାଯାଉଥିବା ନେଇ ସର୍ବ ସମ୍ମୁଖରେ ଅଭିଯୋଗ ଉଠିଥିଲା। ନିୟମ ଅନୁସାରେ ଧାର୍ଯ୍ୟ ପରିମାଣର ମାଟି ଖନନ କରାଉନଥିବା ସହିତ ଆଡ଼ିରେ ମାଟି ପକାଇ ଜଳାଶୟକୁ ସଙ୍କୁଚିତ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଗାର୍ଡ ଓାଲର ଢଲେଇ କରାଯିବା ପରେ ତାହା ଉପରେ ପୁଣି ପ୍ଲାଷ୍ଟର କରାଯାଇଥିବାରୁ ଏହାର କ୍ୱାଲିଟି କଂଟ୍ରୋଲ ବୋର୍ଡ ଦ୍ୱାରା କ୍ୟୁବିକ ଟେଷ୍ଟ କରିବାକୁ ଲୋକେ ଦାବି କରିଥିଲେ। ଅନ୍ୟ ପଟେ ଘଟଣାର ନିରପେକ୍ଷ ତଦନ୍ତ କରାନଗଲେ ଭିଜିଲାନ୍ସ ନିର୍ଦ୍ଦୋଶକକୁ ଏହାର ତଦନ୍ତ ଲାଗି ଅନୁରୋଧ କରିବୁ ବୋଲି ଅଭିଯୋଗକାରୀ ପୌର ପରିଷଦର ତଦନ୍ତକାରୀ ଦଳ ସମ୍ମୁଖରେ ରୋକଠୋକ ଜଣାଇଥିଲେ।

ସେପଟେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯିବ ବୋଲି ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories