ଅଯୋଧ୍ୟା : ଧର୍ମନଗରୀ ଅଯୋଧ୍ୟାର ଲକ୍ଷ୍ମଣ ଘାଟ ସ୍ଥିତ ସରୟୁ ଘାଟ ନିକଟରେ ପ୍ରାୟ ୭ ଫୁଟର ଏକ ଘଡିୟାଳ କୁମ୍ଭୀର ଦେଖାଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳ ଓ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। କିଛି ଲୋକେ ଏହାର ଭିଡିଓ କରି ଭାଇରାଲ କରିଛନ୍ତି। ବର୍ତ୍ତମାନ କରୋନା ପାଇଁ କଟକଣା ଲାଗୁ ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ଯିବାକୁ ବାରଣ କରାଯାଇଛି। ମାତ୍ର ମନ୍ଦିର ପାଇଁ ଉକ୍ତ ନଦୀରୁ ଜଳ ବ୍ୟବହାର କରାଯାଉଥିବାରୁ ସତର୍କ ରହିବାକୁ କୁହାଯାଇଛି। କୁମ୍ଭୀରକୁ ଧରିବା ସହ ସୁରକ୍ଷିତ ସ୍ଥାନରେ ତାକୁ ଛଡ଼ାଯିବା ପାଇଁ ପ୍ରଶାସନକୁ ଜଣାଯାଇଛି। ସେଠାରେ ଥିବା କିଛି ସନ୍ଥଙ୍କ କହିବା ଅନୁଯାୟୀ, ମନ୍ଦିର ପାଇଁ ଓ ସ୍ନାନ ପାଇଁ ଉକ୍ତ ନଦୀର ଜଳ ବ୍ୟବହାର କରାଯାଉଛି। ତେଣୁ ବିପଦକୁ ଏଡ଼ାଇବା ପାଇଁ ଓ ଅଘଟଣ ଘଟିବା ପୂର୍ବରୁ କୁମ୍ଭୀରକୁ ଧରାଯାଇ ଅନ୍ୟତ୍ର ଛଡାଯିବା ଉଚିତ।
ଅଯୋଧ୍ୟା ; ସରୟୁ ଘାଟ ନିକଟରେ ଦେଖାଗଲା କୁମ୍ଭୀର ; ଲୋକେ ଆତଙ୍କିତ
Popular Categories



