www.samajalive.in
Tuesday, December 9, 2025
15.1 C
Bhubaneswar

ଷାଠିବାଙ୍କୁଡା ବୈତରଣୀ ନଦୀପଠାରୁ ପୁଣି ଏକ ମଇଁଷିକୁ ଝାମ୍ଫିନେଲା ହିଂସ୍ର କୁମ୍ଭୀର

ଆରଡି : ଶୁକ୍ରବାର ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀପଠାରେ କିଛି ମଇଁଶି ପାଣି ପିଉଥିବା ବେଳେ ଗୋଟେ ମଇଁଷି ପଛରେ ରହିଯାଇଥିଲା ଫଳରେ ହିଂସ୍ର କୁମ୍ଭୀର ଏପରି ସୁଯୋଗ ପାଇ ନଦୀମଧ୍ୟକୁ ଝାମ୍ଫିନେଇଥିଲା । ନିକଟରେ ଥିବା କିଛି ଲୋକ ହୋ- ହାଲ୍ଲା କରିବାରୁ ଦୀର୍ଘ ସମୟ ପରେ କୁମ୍ଭୀର ମଇଁଷିକୁ ଛାଡି ଦେଇଥିଲା। ଏପରିକି ଗାଁ ଲୋକ ଡଙ୍ଗା ଭୁଟୁଭଟି ନେଇ ଗୋଡାଇଥିଲେ । ତେବେ ନଦୀରେ ପ୍ରଖର ସ୍ରୋତ ରହିଥିବାରୁ ମଇଁଷି ନଦୀରେ ବୁଡିଯାଇଥିଲା। କିଛିସମୟ ପରେ ମଇଁଷି ଭାସିବା ପରେ  ଗାଁ ଲୋକ କୂଳକୁ ଆଣିଥିଲେ। ୮ଦିନ ତଳେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଙ୍ଗ ସାଥି ହୋଇ କିଛି ଗାଈ ଗୋରୁଙ୍କୁ ନେଇ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା ୧୫-୧୬ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ଫି ନେଇ ନଦୀ ମଝିରେ କିଛି ସମୟ ଧରି ତାଣ୍ଡବ ରଚିଥିଲା। ଏପରି ଘଟଣା ପରେ ଗାଈ ମାଲିକ ସୁରେଶ ଓ ଗାଁ ଲୋକ ହୋ- ହାଲ୍ଲା କରିବା ସହ ଇଟା ପଥର ଫିଙ୍ଗି ଥିଲେ ମଧ୍ୟ କୁମ୍ଭୀର ନଦୀ ମଝିରେ ଗାଈକୁ ଝୁଣି ଝୁଣି ଖାଇଚାଲିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories