www.samajalive.in
Saturday, December 6, 2025
16.1 C
Bhubaneswar

କାଜୁ ବଟର ଚିକେନ 

ଆବଶ୍ୟକ ସାମଗ୍ରୀ

ଚିକେନ – ୫୦୦ ଗ୍ରାମ

- Advertisement -

ବଟର – ଆବଶ୍ୟକ ପରିମାଣରେ

କାଜୁ ଗୁଣ୍ଡ – ୫୦ ଗ୍ରାମ

କଣ୍ଣଫ୍ଲୋର – ୧୦୦ ଗ୍ରାମ

ଲଙ୍କା ଗୁଣ୍ଡ – ଅଳ୍ପ

ଅଦା ରସୁଣ ବଟା – ୪ ଚାମଚ

ସିଝା ମକା ମଞ୍ଜି – ୪ ଚାମଚ

ହଳଦୀ ଗୁଣ୍ଡ – ସାମାନ୍ୟ

ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ

ଲୁଣ – ସ୍ୱାଦ ଅନୁଯାୟୀ

କଟା ଧନିଆ ପତ୍ର – ଅଳ୍ପ

କଟା – ପିଆଜ ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଥିରେ ଚିକେନ ଖଣ୍ଡ ଗୁଡ଼ିକୁ ପକାଇ ୩୦ ମିନିଟ ରଖି ଦିଅନ୍ତୁ। ଏଥିରେ କଣ୍ଣଫ୍ଲୋର ମଧ୍ୟ ପକାନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ବଟର ଗରମ ହେବା ପରେ ଏଥିରେ ରଖିଥିବା ଚିକେନ ଖଣ୍ଡକୁ ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଗ୍ୟାସରେ ପୁଣି ଆଉ ଏକ କଡ଼େଇ ବସାଇ କିଛି ବଟର ପକାଇ କାଜୁ ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ପୁଣି ରଖିଥିବା ଚିକେନକୁ ଏଥିରେ ପକାଇ ଗୋଳାଇ ୩ ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଧନିଆ ପତ୍ର ଓ କଟା ପିଆଜ ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଜୁ ବଟର ଚିକେନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories