www.samajalive.in
Saturday, December 6, 2025
23.1 C
Bhubaneswar

‘କରୋନା’ ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଖୋଲା ରହିବ

ଭୁବନେଶ୍ବର: ଭାରତରେ ନିଜ କାୟା ବିସ୍ତାର କରି ଚାଲିଥିବା କରୋନା ରାଜ୍ୟରେ ପ୍ରବେଶ କରିସାରିଛି। ନିକଟରେ ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଏକାଧିକ ଲୋକ ଏକତ୍ରିତ ହେଉଥିବା ବିଭିନ୍ନ ସ୍ଥାନକୁ ବନ୍ଦ କରିବା ପରେ ଏବେ ରାଜଧାନୀର ହାଟକୁ ନେଇ ବିଏମ୍‌ସି ଏକ ବଡ଼ ଘୋଷଣା କରିଛି। ଏଣିକି ଭୁବନେଶ୍ୱରରେ ଚାଲୁଥିବା ବହୁ ହାଟ ସକାଳ ୬ଟାରୁ ଖୋଲାଯାଇ ସନ୍ଧ୍ୟା ୬ଟାରେ ବନ୍ଦ ହେବ।


ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ବିଏମ୍‌ସି ଅଧୀନରେ ଥିବା ସମସ୍ତ ହାଟ ସକାଳ ୬ଟାରୁ ଖୋଲାଯିବ ଏବଂ ଏହା ସନ୍ଧ୍ୟା ୬ଟା ରେ ବନ୍ଦ ହେବ। ଏହି ପ୍ରମୁଖ ହାଟଗୁଡ଼ିକ ହେଲା ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ, ସହିଦ ନଗର ମାର୍କେଟ, ରୁଚିକା ଡେଲି ମାର୍କେଟ, ଡମଣା ହାଟ, ଇନ୍ଦ୍ରଧନୁ ଡେଲି ମାର୍କେଟ ଏବଂ ଓଲ୍ଡ ଟାଉନ ଡେଲି ମାର୍କେଟ। କରୋନା ମୁକାବିଲା ପାଇଁ ହାଟ ଗୁଡ଼ିକୁ ସଫାସୁତୁରା ରଖିବାକୁ ମଧ୍ୟ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା ୩୧ ଯାଏ ଏହି କଟକଣା ଜାରି ରହିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଅନ୍ୟ ହାଟ ଗୁଡ଼ିକରେ ମଧ୍ୟ କଟକଣା ଲାଗୁ କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories