www.samajalive.in
Monday, December 8, 2025
14.1 C
Bhubaneswar

ଏକ ଓଭରରେ ୬ ଛକା ମାରିଲେ ନେପାଳର ଦୀପେନ୍ଦ୍ର

ଅଲ୍‌ ଆମେରଟ୍‌ (ଓମାନ୍‌): ଏକ ଓଭରରେ ୬ଟି ବଲ୍‌ରୁ ୬ଟି ଛକା ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି ନେପାଳର ଦୀପେନ୍ଦ୍ର ସିଂହ ଐରି। ଏଠାରେ ଚାଲିଥିବା ଏସିସି ପ୍ରିମିୟର କପ୍ ଟୁର୍ଣ୍ଣାମେଣ୍ଟରେ ଶନିବାର କାତାର ବିପକ୍ଷ ମ୍ୟାଚ୍‌ରେ ଦୀପେନ୍ଦ୍ର ଏହି କୃତିତ୍ବ ହାସଲ କରିଛନ୍ତି। ଫଳରେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୩ୟ ବ୍ୟାଟ୍‌ସମ୍ୟାନ ଭାବେ ଦୀପେନ୍ଦ୍ର ଏକ ଓଭରରେ ୬ଟି ଛକା ମାରିଛନ୍ତି। ପୂର୍ବରୁ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭର​‌େ​‌ର ଭାରତର ଯୁବରାଜ ସିଂହ ଓ ୨୦୨୧ରେ ଶ୍ରୀଲଙ୍କାର ଆକିଲା ଧନଞ୍ଜୟଙ୍କ ଏକ ଓଭରରେ ୱେଷ୍ଟଇଣ୍ଡିଜ୍‌ର କୈରନ୍ ପୋଲାର୍ଡ ୬ଟି ବଲ୍‌ରୁ ୬ଟି ଛକା ମାରିଥିଲେ।

କାତାର ବିପକ୍ଷ ଏହି ମ୍ୟାଚ୍‌ରେ ଅନ୍ତିମ ଓଭରରେ ଦୀପେନ୍ଦ୍ର ସିଂହ ଐରି ୬ଟି ଛକା ମାରିଥିଲେ। ଏହି ଓଭର ପୂର୍ବରୁ ଦୀପେନ୍ଦ୍ର ୧୮ ବଲ୍‌ରୁ ୨୫ ରନ୍‌ କରିଥିଲେ। କାତାରର ପେସ୍‌ ବୋଲର କମ୍ରାନ୍ ଖାଁ ବୋଲିଂ କରିଥିବା ଏହି ଓଭରର ୬ଟିଯାକ ବଲ୍‌ରେ ଦୀପେନ୍ଦ୍ର ଛକା ମାରିଥିଲେ। ଫଳରେ ଦୀପେନ୍ଦ୍ର ୨୧ ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହ ୬୪ ରନ୍‌କରି ଅପରାଜିତ ଥିଲେ। ତାଙ୍କର ଏପରି ବିସ୍ଫୋରକ ଇନିଂସ ବଳରେ ନେପାଳ ୨୦ ଓଭରରେ ୭ ୱିକେଟରେ ୨୧୦ ରନ୍‌ କରିଥିଲା। ପରେ କାତାର ୯ ୱିକେଟ୍‌ରେ ୧୭୮ ରନ୍‌କରି ୩୨ ରନ୍‌ରେ ପରାସ୍ତ ହୋଇଥିଲା। ଆନ୍ତର୍ଜାତିକ ଟି୨୦ରେ ୩ୟ ବ୍ୟାଟ୍‌ସମ୍ୟାନ ଭାବେ ଦୀପେନ୍ଦ୍ର ସିଂହ ଐରି ଏହି କୃତିତ୍ବ ହାସଲ କରିଛନ୍ତି। ପୂର୍ବରୁ ହ୍ବାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ମଙ୍ଗୋଲିଆ ବିପକ୍ଷରେ କ୍ରମାଗତ ୬ଟି ବଲ୍‌ରେ ଦୀପେନ୍ଦ୍ର ୬ଟି ଛକା ମାରିଥିଲେ ହେଁ ୨ଟି ଓଭରରେ ଏହା ସେ ହାସଲ କରିଥିଲେ। ଉକ୍ତ ମ୍ୟାଚ୍‌ରେ ନେପାଳ ୨୦ ଓଭରରେ ୩ ୱିକେଟରେ ୩୧୪ ରନ୍‌କରି ବିଶ୍ବର ପ୍ରଥମ ଦଳ ଭାବେ ଏକ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୩ ଶହ ରନ୍ ଅତିକ୍ରମ କରିଥିଲା। ଏହି ମ୍ୟାଚ୍‌ରେ ମାତ୍ର ୯ ବଲ୍‌ରୁ ଦୀପେନ୍ଦ୍ର ସିଂହ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ଯୁବରାଜ ସିଂହ, କ୍ରିସ୍‌ ଗେଲ୍‌ ଓ ହଜ୍ରତୁଲ୍ଲା ଜାଜାଇଙ୍କ ୧୨ବଲ୍‌ରୁ ଅର୍ଦ୍ଧଶତକ କୀର୍ତ୍ତିମାନକୁ ଭାଙ୍ଗି ଦୀପେନ୍ଦ୍ର ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ବିଶ୍ବ କୀର୍ତ୍ତିମାନର ଅଧିକାରୀ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories