www.samajalive.in
Friday, December 5, 2025
17.1 C
Bhubaneswar

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଭାରତ-ବିଶ୍ବ ଏକାଦଶ ମ୍ୟାଚ ପାଇଁ ବିିସିସିଆଇକୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅଗଷ୍ଟ ୨୨ରେ ଭାରତ ଏକାଦଶ ଓ ଅବଶିଷ୍ଟ ବିଶ୍ବ ଏକାଦଶ ମଧ୍ୟରେ ଏକ କ୍ରିକେଟ ମ୍ୟାଚ ଆୟୋଜନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିିସିସିଆଇ)କୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, କ୍ରିକେଟ ଭାରତର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା। ଭାରତ ଓ ଅବଶିଷ୍ଟ ବିଶ୍ବ ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ ଆୟୋଜିତ ହେବା ଦ୍ବାରା ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଲାଗି ଚାଲିଥିବା ଆଜାଦୀ କି ଅମୃତ ମହୋତ୍ସବ ଅଭିଯାନ ଭାରତ ସମେତ ବିଶ୍ବରେ ବେଶ ଲୋକପ୍ରିୟତା ହାସଲ କରିପାରିବ । ସେହିପରି ବିିସିସିଆଇ ପକ୍ଷରୁ କୁହାଯାଇଛି, ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରାଯିବ। ବିସିସିଆଇ କର୍ମକର୍ତ୍ତା , ବିଭିନ୍ନ ରାଜ୍ୟ ସଂଘ ଓ ଅନ୍ତର୍ଜାତୀୟ ଖେଳାଳିମାନଙ୍କ ସହ ଆଲୋଚନା କରାଯିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ଭାରତ ଏକାଦଶ ଓ ଅବଶିଷ୍ଟ ବିଶ୍ବ ଏକାଦଶ ଦଳ ଲାଗି ଏକାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କ ଉପସ୍ଥିତି ଆବଶ୍ୟକ। ପ୍ରତି ଦଳରେ ୧୩ରୁ ୧୪ ଜଣ ଲେଖାଏଁ ଖେଳାଳିଙ୍କ ଆବଶ୍ୟକତା ରହିଛି। ଉକ୍ତ ସମୟରେ ଇଂଲିଶ ଘରୋଇ କ୍ରିକେଟ ସହ କାରିବିୟାନ ପ୍ରିମିୟର ଲିଗ୍‌ ମଧ୍ୟ ଚାଲିଥିବ। ଅନ୍ତର୍ଜାତୀୟ ଖେଳାଳିମାନଙ୍କ ସୁବିଧା ଓ ସୁଯୋଗକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଆଇସିସିର ବାର୍ଷିକ ସମ୍ମିଳନୀ ବର୍ମିଂହାମରେ ଚଳିତ ଜୁଲାଇ ୨୨ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଏକାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କ ସମାଗମ ହେବ। ଏଥିରେ ମଧ୍ୟ ଏ ନେଇ ଆଲୋଚନା କରାଯିବ। ଭାରତର ଜିମ୍ବାୱେ ବିପକ୍ଷ ଦିନିକିଆ ଓ ଟି୨୦ ଶୃଙ୍ଖଳା ଅଗଷ୍ଟ ୨୦ରେ ଶେଷ ହେବ। ଏହା ପରେ ଖେଳାଳିମାନେ ଭାରତରେ ପହଞ୍ଚିବା ଲାଗି ଅଗଷ୍ଟ ୨୨ ହୋଇଯିବ। ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ୍‌ ପ୍ରମୁଖ ଜିମ୍ବାୱେ ଗସ୍ତ କରିବେନି। ଏହା ପରେ ଅଗଷ୍ଟ ୨୭ରୁ ଶ୍ରୀଲଙ୍କାରେ ଏସିଆ କପ୍‌ ଆରମ୍ଭ ହେବ। ଭାରତୀୟ ଖେଳାଳିମାନଙ୍କୁ ମ୍ୟାଚ ଖେଳିବା ନେଇ ଅନୁରୋଧ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଯଦି ମ୍ୟାଚ ସମ୍ଭବ ହୁଏ ତେବେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡ଼ିୟମରେ ଉକ୍ତ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories