www.samajalive.in
Tuesday, December 9, 2025
26.1 C
Bhubaneswar

ନୀତିନ୍‌ ଆଇସିସି ଏଲିଟ୍‌ ପ୍ୟାନେଲ୍ ଅମ୍ପାୟାର୍‌

ଦୁବାଇ: ଭାରତର ନୀତିନ୍‌ ମେନନ୍‌ଙ୍କୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟାର ତାଲିକାରେ ସାମିଲ କରାଯାଇଛି। ସର୍ବକନିଷ୍ଠ ଭାବେ ନୀତିନ୍‌ ଏହି ସୌଭାଗ୍ୟ ହାସଲ କରିଛନ୍ତି। ନୀତିନ୍‌ଙ୍କୁ ବର୍ତ୍ତମାନ ୩୬ ବର୍ଷ ବୟସ ହୋଇଥିବା ବେଳେ ସେ ୩ଟି ଟେଷ୍ଟ, ୨୪ଟି ଦିନିକିଆ ଓ ୧୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଗଫ୍‌ ଆଲରଡାଇସ୍‌, ସଞ୍ଜୟ ମଞ୍ଜରେକର, ରଞ୍ଜନ ମଧୁଗଲେ, ଡେଭିଡ୍‌ ବୁନ୍‌ଙ୍କୁ ନେଇ ଗଠିତ ଆଇସିସିର ଏକ କମିଟି ସୋମବାର ନୀତିନ୍‌ଙ୍କୁ ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟାର ଭାବେ ମନୋନୀତ କରିଥିବା ବେଳେ ଇଂଲଣ୍ଡର ନାଇଜେଲ୍‌ ଲଙ୍ଗ୍‌ଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ଭେଙ୍କଟରାଘବନ୍‌ ଓ ସୁନ୍ଦରାମ୍‌ ରବି ଆଇସିସି ଏଲିଟ୍ ପ୍ୟାନେଲ୍‌ ଅମ୍ପାୟାର ଭା​‌​‌ବ ଦାୟିତ୍ବ ନିର୍ବାହ କରି ସାରିଛନ୍ତି।
ଭାରତୀୟ ଅମ୍ପାୟାରଙ୍କ ଦକ୍ଷତାକୁ ନେଇ ଅଧିକାଂଶ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ନୀତିନ୍‌ ଏକ ବ୍ୟତିକ୍ରମ। ​‌େମାତ୍ର ୨୨ ବର୍ଷ ବୟସରୁ ଖେଳାଳି ଭାବେ କ୍ରିକେଟ୍‌ରୁ ଅବସର ନେବା ପରେ ୨୩ ବର୍ଷରୁ ସେ ଅମ୍ପାୟାର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଅମ୍ପାୟାର ଭାବେ ତାଙ୍କ ନିକଟରେ ୧୩ ବର୍ଷର ଅଭିଜ୍ଞତା ରହିଛି। ଆଇସିସି ଏଲିଟ୍ ପ୍ୟାନେଲ୍‌ ଅମ୍ପାୟାର ଭାବେ ମନୋନୀତ ହୋଇଥିବାରୁ ନୀତିନ୍‌ ଆଗାମୀ ବର୍ଷ ଆସେସ୍‌ ସିରିଜ୍‌ ଓ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ରେ ଦାୟିତ୍ବ ନିର୍ବାହ କରିବାର ସମ୍ଭାବନା ରହିଛି।
ଆଇସିସି ଏଲିଟ୍ ପ୍ୟାନେଲ୍‌ ଅମ୍ପାୟାର ଭାବେ ମନୋନୀତ ହୋଇଥିବାରୁ ବେଶ୍‌ ଖୁସି ଥିବା ନୀତିନ୍‌ ମତ ଦେଇଛନ୍ତି। ନୀତିନ୍‌ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ୨୨ ବର୍ଷ ବୟସ ବେଳକୁ ସେ ମଧ୍ୟପ୍ରଦେଶ ତରଫରୁ କେତେକ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ସାରିଥିଲେ। ୨୦୦୬ରେ ବିସିସିଆଇ ଅମ୍ପାୟାର ନିଯୁକ୍ତି ନିମନ୍ତେ ଏକ ପରୀକ୍ଷା କରିଥିଲା। ତାଙ୍କ ବାପା ନରେନ୍ଦ୍ର ମେନନ୍‌ ଅନ୍ତର୍ଜାତୀୟ ଅମ୍ପାୟାର ଥିଲେ। ତାଙ୍କ ପରାମର୍ଶକ୍ରମେ ସେ ଏହି ପରୀକ୍ଷା ଦେବା ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଅମ୍ପାୟାର ଭାବେ କ୍ୟାରିୟର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇ ସେ ଖେଳାଳି ଭାବେ କ୍ରିକେଟ୍‌ରୁ ଅବସର ନେଇଥିଲେ। ୨୦୧୮ ଓ ୨୦୨୦ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସେ ମ୍ୟାଚ୍‌ ପରିଚାଳନା କରିଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନ୍ୟ ଅମ୍ପାୟାରଙ୍କ ସହ ତାଙ୍କର ଭଲ ସଂପର୍କ ରହିଛି ଏବଂ ଏହା ତାଙ୍କୁ ଆଗାମୀ ଦିନରେ ବେଶ୍‌ ସହାୟକ ହେବ ବୋଲି ନୀତିନ୍‌ ଆଶାବ୍ୟକ୍ତ କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories