www.samajalive.in
Saturday, December 6, 2025
14.1 C
Bhubaneswar

୧୯୭୫ ଜୁନ୍‌ ୭, ପୁରୁଷ ବିଶ୍ବକପ କ୍ରିକେଟର ଶୁଭାରମ୍ଭ ଭାରତକୁ ହରାଇଥିଲା ଇଂଲଣ୍ଡ

ନୂଆଦିଲ୍ଲୀ : କ୍ରିକେଟର ଜନ୍ମଦାତା ଇଂଲଣ୍ଡର ଐତିହାସିକ ଲଡ୍ସରେ ୧୯୭୫ ଜୁନ୍ ୭ରେ ଖେଳାଯାଇଥିଲା ପ୍ରଥମ ପୁରୁଷ ବିଶ୍ବକପ କ୍ରିକେଟ ମ୍ୟାଚ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଉକ୍ତ ମ୍ୟାଚ ସହିତ ଆରମ୍ଭ ହୋଇଥିଲା ଏକଦିବସୀୟ କ୍ରିକେଟ ବିଶ୍ବକପ। ୬୦ ଓଭର ବିଶିଷ୍ଟ ଉକ୍ତ ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତ ୨୦୨ରନରେ ପରାଜିତ ହୋଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬୦ ଓଭରରେ ୪ ୱିକେଟ ହରାଇ ୩୩୪ରନ କରିଥିଲା। ଡେନିସ ଆମିସ୍‌ ୧୦୮ବଲରୁ ୧୩୭ରନ କରିଥି​‌େ​‌ଲ । ଭାରତ ପକ୍ଷରୁ ସୟଦ ଆବିଦ୍ ଅଲ୍ଲୀ ୨ଟି ୱିକେଟ ନେଇଥିଲେ। ବିଶାଳ ରନ୍‌କୁ ପିଛା କରିବାକୁ ଯାଇ ଭାରତ ୬୦ ଓଭର​‌େ​‌ର ୩ ୱିକେଟ ହରାଇ ୧୩୨ରନ କରିଥିଲା। ସୁନୀଲ ଗାଭାସ୍କର ୧୭୪ଟି ବଲର ସମ୍ମୁଖୀନ ହୋଇ ୩୬ରନ କରି ଅପରାଜିତ ରହିଥିଲେ। ଗାଭାସ୍କର ଓ ଭାରତୀୟ ଦଳର ଧିମା ବ୍ୟାଟିଂ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ସମାଲୋଚନାର ଶିକାର ମଧ୍ୟ ଗାଭାସ୍କର ହୋଇଥିଲେ। ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୱେଷ୍ଟଇଣ୍ଡିଜ୍‌ ପ୍ରଥମ ବିଶ୍ବକପ ଟାଇଟଲ ହାସଲ କରିଥିଲା। ଏଥିମଧ୍ୟରେ ପୁରୁଷ କ୍ରିକେଟ ବିଶ୍ବକପର ୧୨ତମ ସଂସ୍କରଣ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଚମ୍ପିଆନ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ୍‌ ୧୯୭୫, ୧୯୭୯ରେ ଦୁଇଥର , ଭାରତ ୧୯୮୩, ୨୦୧୧ରେ ଦୁଇଥର, ପାକିସ୍ତାନ ୧୯୯୨, ଶ୍ରୀଲଙ୍କା ୧୯୯୬ ଓ ଇଂଲଣ୍ଡ ୨୦୧୯ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories