ଅଜୟ ସିଂହଙ୍କୁ କୋର୍ଟଙ୍କ ତାଗିଦ: ‘ପଇସା ନାହିଁ କିନ୍ତୁ ନୂଆ କମ୍ପାନୀ କିଣୁଛନ୍ତି’

ନୂଆଦିଲ୍ଲୀ : ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂହଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । କ୍ରେଡିଟ୍ ସୁଇସର ବକେୟା ପୈଠ ନକରିବା ଯୋଗୁଁ ଅଜୟ ସିଂହଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ଶୁଣାଣି ସମୟରେ କୋର୍ଟ କହିଛନ୍ତି କି ‘ଆପଣଙ୍କ ପାଖରେ ଗୋ ଫର୍ଷ୍ଟ କିଣିବା ପାଇଁ ପଇସା ଅଛି କିନ୍ତୁ କ୍ରେଡିଟ୍ ସୁଇସର ବାକି ପଇସା ଦେବାକୁ ପଇସା ନାହିଁ ?’ କ୍ରେଡିଟ୍ ସୁଇସ୍ ଦ୍ବାରା ଆବେଦନ ଯାଚିକାର ଶୁଣାଣି କରି ୧୫ ମାର୍ଚ୍ଚ ସୁଦ୍ଧା ବକେୟା ପୈଠ କରିବାକୁ ଅଜୟ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିଂହଙ୍କୁ କହିଛନ୍ତି କି ‘ଏହି ମାମଲାରେ ଜମା ବି ଅବହେଳା କରନ୍ତୁ ନାହିଁ । ଏଥିରେ ବିଳମ୍ବ ହେବାର କୌଣସି କାରଣ ନାହିଁ ।’ ସ୍ପାଇସଜେଟକୁ ମାସିକ କିସ୍ତି ବ୍ୟତୀତ ୧୫ ମାର୍ଚ୍ଚ ସୁଦ୍ଧା ସ୍ବିସ୍ ବ୍ୟାଙ୍କକୁ ୧୨.୫ ଲକ୍ଷ ଡଲାର ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଶୁଣାଣିର ଆଗାମୀ ତାରିଖରେ କୋର୍ଟରେ ଉପସ୍ଥିତ ରହିବାକୁ ମଧ୍ୟ ଅଜୟ ସିଂହଙ୍କୁ ଆଦେଶ ଦିଆଯାଇଛି । କହିରଖୁଛୁ କରଜ ପୈଠ ନକରିବା ଯୋଗୁଁ କ୍ରେଡିଟ୍ ସୁଇସ୍ କୋର୍ଟରେ ଯାଚିକା ଆବେଦନ କରିଥିଲା ।

ନିକଟରେ ଖବର ଆସିଥିଲା କି ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଅଜୟ ସିଂହ ଗୋଫର୍ଷ୍ଟ କିଣିବା ପାଇଁ ବୋଲି ଲଗାଇଥିଲେ । ବିଜି ବି ଏୟାରଓ୍ବେଜ୍ ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି ଗୋଫର୍ଷ୍ଟକୁ କିଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଗୋଫର୍ଷ୍ଟ ଅନେକ ଦିନ ହେବ ଆର୍ଥିକ ସମସ୍ୟାରେ ଗତି କରୁଛି । ମେ ୩ ତାରିଖରୁ ଏହାର ବିମାନ ଚଳାଚଳ ବନ୍ଦ ରହିଛି । କମ୍ପାନୀ ଉପରେ ଅନେକ ବ୍ୟାଙ୍କର କରଜ ରହିଛି । ତେଣୁ କମ୍ପାନୀ ବିକ୍ରି ହେବା ପରିସ୍ଥିତି ପହଞ୍ଚିଛି । ଅନ୍ୟପଟେ ତାକୁ କିଣିବା ପାଇଁ ଆଗଭର ହେଉଛନ୍ତି ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂହ, ଯିଏ କି ପୂର୍ବରୁ କ୍ରେଡିଟ୍ ସୁଇସର ବକେୟା ପୈଠ କରିନାହାଁନ୍ତି । ଏନେଇ କ୍ରେଡିଟ୍ ସୁଇସ କୋର୍ଟରେ ଏହି ମାମଲାରେ ଶୁଣାଣି ପାଇଁ ଆବେଦନ କରିଥିଲା ।

Comments are closed.