www.samajalive.in
Monday, December 15, 2025
26.1 C
Bhubaneswar

ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଡେସ୍କ: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଙ୍ଗଳବାର କୃଷି ଭବନରେ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷର ଉଦ୍‌ଘାଟନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରାଜ୍ୟ କାର୍ଯ୍ୟ ଯୋଜନାର କାର୍ଯ୍ୟକ୍ଷମ ଏବଂ ତଦାରଖ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗବେଷଣା, ନୀତି ପ୍ରଣୟନ, ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ନୀତି ନିୟୋଜନ ଓ ପ୍ରଚାର ପ୍ରସାର ନିମନ୍ତେ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ସହଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏକ ପରିବେଶ ଅନୁକୂଳ ଓ ଜଳବାୟୁ ସମ୍ବେଦନଶୀଳ ନୀତିର ରୂପରେଖ ଗଠନ କରିବାକୁ ଯାଉଛି।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରାଜ୍ୟରେ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିରନ୍ତର ଉତ୍ପାଦନ, ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ, ଆମେ ଜଳବାୟୁ ଅନୁକୂଳ ଅନୁଶୀଳନ କୃଷିକୁ ଆପଣେଇବା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ।
ସହନୀୟ କୃଷିଜନିତ ଖାଦ୍ୟ ପ୍ରଣାଳୀ କାର୍ଯ୍ୟକାରୀ କରିବା, ଦକ୍ଷତା ବୃଦ୍ଧି ଏବଂ ପ୍ରଭାବୀ ନୀତିର ନିର୍ଦ୍ଧାରଣ, ଗ୍ରୀନ ହାଉସ ଗ୍ୟାସ ହ୍ରାସ, ଦକ୍ଷ ଜଳସେଚନ ପଦ୍ଧତି ଏବଂ ଭବିଷ୍ୟତରେ ଜଳବାୟୁ ସ୍ମାର୍ଟ ଅଭ୍ୟାସକୁ ବଜାୟ ରଖିବା ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories