www.samajalive.in
Saturday, December 6, 2025
19.1 C
Bhubaneswar

କେବଳ ମନି ପ୍ଲାଣ୍ଟ ନୁହେଁ, ଏହି ବୃକ୍ଷ କରିବ ଗୃହରେ ଧନ ବର୍ଷା

ଅଧିକରୁ ଅଧିକ ଅର୍ଥ ଉପାର୍ଜନା କରିବା ପ୍ରତିଟି ଲୋକଙ୍କ ମନର ଇଚ୍ଛା ଥାଏ। ଏହାକୁ ପୂରଣ କରିବା ପାଇଁ ସେମାନେ ଆପ୍ରାଣ ଉଦ୍ୟମ ମଧ୍ୟ କରି ଥାଆନ୍ତି। କିନ୍ତୁ ଏହା ସତ୍ତ୍ବେ ମଧ୍ୟ ସଫଳତା ପାଇ ନଥାଆନ୍ତି। ସେହିପରି ଅନ୍ୟ କିଛି ଲୋକ ସଫଳତା ବା ଧନ ବୃଦ୍ଧି ନିମନ୍ତେ ବାସ୍ତୁ ଟିପ୍ସ ଆପଣାଇ ଥାଆନ୍ତି।

ଧନ ବୃଦ୍ଧି ପାଇଁ ଲୋକେ ଘରେ ମନି ପ୍ଲାଣ୍ଟ ରଖନ୍ତି। କିନ୍ତୁ ମନି ପ୍ଲାଣ୍ଟ ଠାରୁ ଅଧିକ ଲାଭଦାୟକ ଅନ୍ୟ ଏକ ବୃକ୍ଷ ରହିଛି। କିନ୍ତୁ ଏହି ବୃକ୍ଷ ବିଷୟରେ ସମସ୍ତଙ୍କୁ ଜଣାନଥାଏ। ସେହି ବୃକ୍ଷ ହେଉଛି କ୍ରାସୁଲା ପ୍ଲାଣ୍ଟ। ତେବେ ଆସନ୍ତୁ ଜାଣିବା ଏହି କ୍ରାସୁଲା ପ୍ଲାଣ୍ଟ କ’ଣ ଏବଂ ବିଶେଷତ୍ବ ବିଷୟରେ….

- Advertisement -

ଏହି ବୃକ୍ଷର ଆକାର ଛୋଟ ହୋଇଥାଏ। ଏହାର ପତ୍ର ଛୋଟ ଛୋଟ ଏବଂ ମଖମଲି ଭଳି ହୋଇଥାଏ। ପତ୍ର ଗୁଡିକ ଚାରିଆଡକୁ ବିଛାଡି ହୋଇ ରହିଥାଏ।

ଏହି ବୃକ୍ଷକୁ ଲଗାଇବାରେ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ। ଏହି ବୃକ୍ଷକୁ ଆଣି ମାଟିରେ ପୋତି ଦିଅନ୍ତୁ, ଏହା ଆପଣା ଛାଏଁ ବଢିଥାଏ। ଖରା ବା ଛାଇ ଯେକୌଣସି ସ୍ଥାନରେ ଏହାକୁ ଲଗା ଯାଇପାରିବ।

କ୍ରାସୁଲା ପ୍ଲାଣ୍ଟକୁ ମନି ଟ୍ରି ମଧ୍ୟ କୁହାଯାଏ। ପେଙ୍ଗସୁଇରେ ଏହି ଗଛର ଅନେକ ମହତ୍ତ୍ବ ରହିଛି । କୁହାଯାଏ ଏହି ବୃକ୍ଷ ଚୁମ୍ବକ ଭଳି ପଇସାକୁ ଆକର୍ଷିତ କରିଥାଏ ।

ଏହି ବୃକ୍ଷର ବିଶେଷତ୍ବ ହେଉଛି ଏହା ସକରାତ୍ମକ ଶକ୍ତି ସୃଷ୍ଟି କରେ। ଏହାର ପ୍ରଭାବରେ ଘରେ ଆର୍ଥିକ ଅନଟନ ଦେଖା ଦେଇନଥାଏ।

ଗୃହର ମୁଖ୍ୟ ଦ୍ବାରର ଡାହାଣ ପଟକୁ ଏହି ବୃକ୍ଷ ଲଗାନ୍ତୁ। ଦେଖିବେ ଆପଣଙ୍କ ଘରେ ଧନର ବର୍ଷା ହେବ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories