www.samajalive.in
Monday, December 8, 2025
27.1 C
Bhubaneswar

ଅମିତାଭଙ୍କ ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ସାୟରା ନରସିହ୍ମା ରେଡ୍ଡୀ’: ଲୁକ୍‍କୁ ନେଇ ଚର୍ଚ୍ଚା

ମୁମ୍ବଇ : ଅମିତାଭ ବଚ୍ଚନଙ୍କ ଅଭିନୀତ ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ସାୟରା ନରସିହ୍ମା ରେଡ୍ଡୀ’ରେ ବିଗ୍‍ ବିଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ତାଙ୍କର ଏହି ଲୁକ୍‍ ଶେୟାର ହେବା ପରେ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି। ନିର୍ମାତା ଚଳଚ୍ଚିତ୍ରର ଅନ୍ୟ କଳାକାର ଯେପରିକି ଚିରଞ୍ଜୀବୀ, ବିଜୟ ସେତୁପତି, ତମନ୍ନା ଭାଟିଆ ପ୍ରମୁଖଙ୍କ ଲୁକ୍‍ ମଧ୍ୟ ଶେୟାର କରିଛନ୍ତି କିନ୍ତୁ ସାମାଜିକ ଗଣମାଧ୍ୟମରେ ଅମିତାଭଙ୍କ ଲୁକ୍‍କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଲୋକେ ତାଙ୍କର ଏହି ରୂପକୁ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଚ୍ଚଳଚ୍ଚିତ୍ରର ନାୟକ ଚିରଞ୍ଜୀବୀଙ୍କୁ ଏଥିରେ ଆନ୍ଧ୍ର ପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ଉୟାଲୱାଡ଼ା ନରସିହ୍ମା ରେଡ୍ଡୀଙ୍କ ଭୂମିକାରେ ଦେଖିବାକୁ ମିଳିବ ଏବଂ ଅମିତାଭ ଏଥିରେ ତାଙ୍କ ଗୁରୁ ତଥା ଆଧ୍ୟାତ୍ମିକ ନେତା ଗୋସାଇ ଭେଙ୍କନ୍ନା ଭୂମିକାରେ ଅଭିନୟ କରିଛନ୍ତି। ସୁରେନ୍ଦର ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ରାମ ଚରଣ ବହନ କରିଛନ୍ତି। ଏହା ଚଳିତ ବର୍ଷ ଅକ୍ଟୋବର ମାସରେ ମୁକ୍ତିଲାଭ କରିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories