www.samajalive.in
Saturday, December 6, 2025
14.1 C
Bhubaneswar

ପୁଲିସ ବାବୁଙ୍କୁ ଫିଟ୍‌ନେସ ଟାର୍ଗେଟ୍‌, ଫେଲ୍‌ ମାରିଲେ ଚାକିରିରୁ ବିଦା !

ଭୁବନେଶ୍ଵର: କମିଶନରେଟ ପୁଲିସରେ କାର୍ଯ୍ୟରତ କର୍ମଚାରୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର କାରଣ ହେଉଛି କମିଶନର ସୁଧାଂଶୁ ଷଡ଼ଙ୍ଗୀ ଜାରି କରିଥିବା ନୂଆ ନିର୍ଦେଶନାମା, ଯେଉଁଥିରେ ପୁଲିସ ବାବୁଙ୍କୁ ଫିଟ୍‌ନେସ ଟାର୍ଗେଟ୍‌ ଦିଆଯାଇଛି। ଏଥିରେ ଫେଲ୍‌ ମାରିଲେ କର୍ମଚାରୀଙ୍କ ଇନ୍‌କ୍ରିମେଣ୍ଟ ବନ୍ଦ ହୋଇପାରେ ଅଥବା ଚାକିରିରୁ ବିଦା ହୋଇପାରନ୍ତି। କମିଶନରଙ୍କ ଏଭଳି ନିଷ୍ପତ୍ତି କର୍ମଚାରୀଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ପୁଲିସ କମିଶନର ଜାରି କରିଥିବା ନିର୍ଦେଶନାମାରେ କମିଶନରେଟ୍‌ ପୁଲିସର ସମସ୍ତ କର୍ମଚାରୀଙ୍କୁ ଫିଟ୍‌ନେସ୍‌ ଟାର୍ଗେଟ୍‌ ଦିଆଯାଇଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କର ଉଚ୍ଚତା ଏବଂ ଓଜନ ମାପ ହେବ। ଏହା ପରେ ସେମାନଙ୍କୁ ବଡି ମାସ୍‌ ଇଣ୍ଡେକ୍ସ(ବିଏମଆଇ) ଲିଖିତ ଆକାରରେ ପ୍ରଦାନ କରାଯିବ। ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଦରକାର ତାହା ବିଏମଆଇରେ ଉଲ୍ଲେଖ ରହିବ। ୧୯ରୁ ୨୫ ପର୍ଯ୍ୟନ୍ତ ବିଏମଆଇ ଥିଲେ ତାହା ସ୍ବାଭାବିକ ବୋଲି ଧରାଯିବ। ୩୦ ହେଲେ ମେଦବହୁଳତା କୁହାଯିବ। ଓଜନ ଓ ବିଏମଆଇ ପ୍ରଦାନ କାର୍ଯ୍ୟ ଜୁଲାଇ ୩୦ ସୁଦ୍ଧା ଶେଷ ହେବ। ପୁଣି ୩ ମାସ ପରେ ଆଗାମୀ ନଭେମ୍ବରରେ କର୍ମଚାରୀମାନଙ୍କର ଓଜନ ମାପ କରାଯିବ। ୩ ମାସ ମଧ୍ୟରେ ସେମାନେ ନିଜ ଓଜନ କମାଇବାକୁ କେତେ ଚେଷ୍ଟା କରିଛନ୍ତି ତାହା ପରଖାଯିବ। ଯେଉଁମାନଙ୍କର ବିଏମଆଇ ୩୦ରୁ ଅଧିକ ଥିବ ସେମାନେ ବାଧ୍ୟତାମୂଳକ ଭାବେ ବ୍ୟାୟାମ କରିବେ। ଏହା ସହିତ ୬ ସପ୍ତାହ ରିଫ୍ରେଶର କୋର୍ସ କରିବେ। ଯେଉଁମାନେ ଆଦେଶକୁ ଗୁରୁତ୍ଵ ଦେବେନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଦରକାର ପଡ଼ିଲେ ସେମାନଙ୍କ ଇନ୍‌କ୍ରିମେଣ୍ଟ ବନ୍ଦ କରାଯାଇପାରେ ଅଥବା ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି ନିର୍ଦେଶନାମାରେ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories