www.samajalive.in
Tuesday, December 9, 2025
17.1 C
Bhubaneswar

ରାଉରକେଲାରେ ଲୋକଙ୍କ ସୁରକ୍ଷା ଲାଗି କୋଭିଡ ପଞ୍ଜିକରଣ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ପ୍ରଶାସନର ନିଷ୍ପତ୍ତି

ରାଉରକେଲା : ରାଉରକେଲାରେ ଲୋକଙ୍କ ସୁରକ୍ଷା ଲାଗି କୋଭିଡ ପଞ୍ଜିକରଣ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ଶୁକ୍ରବାର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି ପରିସରରେ କୋଭିଡ ପଞ୍ଜିକରଣ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ପଞ୍ଜିକରଣ କେନ୍ଦ୍ରକୁ ଆଜି ଠାରୁ ବିପିୟୁଟି ବଦଳରେ ଛେଣ୍ଡ ବାଗୁଡ଼ି ବସ୍ତି ନିକଟରେ ଥିବା ଆଶ୍ରୟ କେନ୍ଦ୍ରରେ ପଞ୍ଜିକରଣ କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ନିଷ୍ପତି ନିଆଯାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବିପିୟୁଟି ପରିସରରେ ୭୮୦ ଶଯ୍ୟା ବିଶିଷ୍ଚ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଥିବାବେଳେ ବିପିୟୁଟି ପରିସରରେ ହିଁ କୋଭିଡ ପଞ୍ଜିକରଣ କେନ୍ଦ୍ର କାର୍ଯ୍ୟ କରୁଥିଲା।
ସୂଚନା ଯୋଗ୍ୟ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ରାଉରକେଲା ବାହାରୁ ଯେ କୌଣସି ବ୍ୟକ୍ତି ଆସିଲେ ପ୍ରଥମେ ବିପିୟୁଟି ପରିସରରେ ଥିବା ପଞ୍ଜିକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ସେମାନଙ୍କୁ ହୋମ୍ କ୍ୱାରାଣ୍ଟିନ୍ ବା ସରକାରୀ କ୍ୱାରାଣ୍ଟିନରେ ଯିବା ଲାଗି ପରାମର୍ଶ ଦିଆଯାଉଛି। ତେବେ ବର୍ତ୍ତମାନ ବିପିୟୁଟି ପରିସରରେ ଥିବା କୋଭିଡ କେୟାର ସେଣ୍ଟରରେ କେବଳ ପଜିଟିଭ ରୋଗୀ ମାନଙ୍କୁ ରଖିବା ଲାଗି ନିଷ୍ପତ୍ତି ହୋଇଥିବାରୁ ସେଠାକୁ ସାଧାରଣ ଲୋକ ପଞ୍ଜିକରଣ ଲାଗି ଗଲେ ସଂକ୍ରମଣର ଭୟ ରହିଛି। ବିପିୟୁଟି ପରିସରରେ ଯେଉଁ କୋଠାରେ ପଞ୍ଜିକରଣ ହେଉଥିଲା, ଉକ୍ତ କୋଠାରେ କୋଭିଡ କେୟାର ସେଣ୍ଟର ଲାଗି ସମସ୍ତ ବ୍ୟବସ୍ଥା ଥିଲେ ବି ଏପର୍ୟ୍ୟନ୍ତ ସେଠାରେ କେହି ପଜିଟିଭ ରୋଗୀ ରହିନାହାନ୍ତି। କିନ୍ତୁ ଆଗକୁ ସେଠାରେ ପଜିଟିଭ ରୋଗୀଙ୍କୁ ରଖାଯିବ। ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ରାଉରକେଲା ମହାନଗର ନିଗମର କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଜଣାଇଛନ୍ତି। ଆଜିଠାରୁ ଏହି ପଞ୍ଜିକରଣ କେନ୍ଦ୍ର ଛେଣ୍ଡ ବାଗୁଡ଼ି ବସ୍ତି ନିକଟରେ ଥିବା ଆଶ୍ରୟ କେନ୍ଦ୍ରରେ ପ୍ରତିଦିନ ୨୪ ଘଣ୍ଟା ଖୋଲା ରହିବ ବୋଲି ଶ୍ରୀ ପରିଡ଼ା ସୁଚନା ଦେଇଛନ୍ତି। ବିପିୟୁଟି ପରିସରରେ ଥିବା କୋଭିଡ କେୟାର ସେଣ୍ଟରରେ କେବଳ ପଜିଟିଭ ରୋଗୀ ରହିବା ଲାଗି ବ୍ୟବସ୍ଥା କରାଯାଇଥିବାରୁ ଜନସାଧାରଣ ଅଯଥା ସେଠାକୁ ନଯିବା ଲାଗି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନିଲ ନରୱଣେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories