www.samajalive.in
Sunday, December 14, 2025
17.1 C
Bhubaneswar

ଗାଈଚୋର ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା: ଜଣେ ଗିରଫ

ଭେହରୋଲା : ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା କରିବା ଘଟଣା ରୋକିବା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ତଥା ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଗୋସୁରକ୍ଷାକାରୀମାନେ ପୁନଃ ଏକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ହରିୟାଣାର ପାଲୱାଲ ଜିଲା ଅନ୍ତର୍ଗତ ବେହରୋଲା ଗ୍ରାମରେ ଗାଈଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି କିଛି ତଥାକଥିତ ଗୋରକ୍ଷକ। ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ବେଳେ ପୁଲିସ ଏଯାବତ୍‍ କେବଳ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଅଗଷ୍ଟ ୨-୩ ମଧ୍ୟ ରାତ୍ରିରେ ଘଟିଥିବା ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ରାଜସ୍ଥାନର ଅଲୱର ଘଟଣାର ସ୍ମୃତି ରୋମନ୍ଥନ କରେ। ହତ୍ୟାର ଶିକାର ହେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣ ବନ୍ଧୁଙ୍କ ସହିତ ଉକ୍ତ ଗ୍ରାମ ଦେଇ ଯାଉଥିବା ବେଳେ କିଛି ଲୋକ ସେମାନଙ୍କୁ ଦେଖିଥିଲେ। ଗାଈ ଚୋରି କରିବାକୁ ଗ୍ରାମକୁ ଆସିଥିବା ସନ୍ଦେହ କରି ସେମାନଙ୍କ ଉପରେ ଗ୍ରାମବାସୀ ସମୂହ ଆକ୍ରମଣ କରିଥିଲେ। ୨ ଜଣ ବ୍ୟକ୍ତି କୌଣସି ମତେ ଘଟଣାସ୍ଥଳରୁ ଖସି ଯାଇ ଆତ୍ମରକ୍ଷା କରିଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ଆକ୍ରମଣକାରୀଙ୍କ କବଳରୁ ବାହାରିପାରି ନ ଥିଲେ। ଆକ୍ରମଣକାରୀମାନଙ୍କର ନିସ୍ତୁକ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ଗ୍ରାମର ତିନି ଭାଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବହୁ ତନାଘନା ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି। ଦୁଇ ସପ୍ତାହ ପୂର୍ବେ ରାଜସ୍ଥାନର ଅଲୱରଠାରେ ରକବର୍‍ ଖାନ୍‍ ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଗୋଚାଲାଣକାରୀ ସନ୍ଦେହରେ ଗ୍ରାମବାସୀ ପିଟିପିଟି ହତ୍ୟା କରିଥିଲେ। ପୁଲିସର କର୍ତ୍ତବ୍ୟରେ ଅବହେଳା କାରଣରୁ ରକବରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏ ନେଇ କେନ୍ଦ୍ର ସରକାର ରାଜ୍ୟକୁ ରିପୋର୍ଟ ମାଗିଥିଲେ। ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ରୋକିବାକୁ ସୁପ୍ରିମକୋର୍ଟ ନିର୍ଦେଶାବଳୀ ଜାରି କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories