କଟକ : କଟକ ଜିଲା ଚୌଦ୍ୱାର ଅଂଚଳରୁ ଶୁକ୍ରବାର ୨ଟି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରାଯାଇଛି। ଏହାସହ ଭ୍ୟାନରୁ ୪୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।
ସୂଚନା ଯୋଗ୍ୟ, ବେଆଇନ ଭାବେ ବାହାର ରାଜ୍ୟକୁ ଗୋରୁ ଚାଲାଣ କରାଯାଉଥିବା ନେଇ ଚୌଦ୍ୱାର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ଗୋରୁଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ ; ୨ ଅଟକ
Popular Categories



