www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀରେ ବୃଦ୍ଧି ହେବନି ଲକଡାଉନ୍ ଅବଧି – ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ସମାଜ ପୋର୍ଟାଲ ଡେସ୍କ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ କରୋନା ସଂକ୍ରମଣ ରୋକିବା ପାଇଁ ସତର୍କତା ପଦକ୍ଷେପ ସ୍ୱରୂପ ଲାଗୁ ହୋଇଥିବା ଲକଡାଉନର ଅବଧି ଦିଲ୍ଲୀରେ ଆଉ ବୃଦ୍ଧି କରାଯିବ ନାହିଁ। କରୋନା ଭାଇରସ୍ ମାମଲାରେ ଦିଲ୍ଲୀରେ ଆଉ ଅଧିକ ସମୟ ପାଇଁ ଲକଡାଉନ ଅବଧି ବୃଦ୍ଧି କରିବା ନେଇ ଆଲୋଚନା ହୋଇଛି କି ନାହିଁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଜବାବ ଦେବା ଅବସରରେ ସତ୍ୟେନ୍ଦ୍ର କହିଛନ୍ତି ଯେ ଦିଲ୍ଲୀରେ ଆଉ ଲକ ଡାଉନ ଅବଧି ବୃଦ୍ଧି କରାଯିବ ନାହିଁ।

ଦିଲ୍ଲୀରେ ୩୪ ହଜାରରୁ ଅଧିକ କରୋନା ସଂକ୍ରମିତ ରହିଥିବା ବେଳେ ଏଯାବତ ୧ହଜାର ୮୫ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ୨ ହଜାର ୯୮ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଦିଲ୍ଲୀ ମୁନିସିପାଲ କର୍ପୋରେସନ ଦାବି କରୁଥିବା ପ୍ରସଙ୍ଗରେ ସତ୍ୟେନ୍ଦ୍ର କହିଛନ୍ତି ଯେ ସେମାନେ କାହିଁକି ଆମକୁ ସେହି ବିବରଣୀ ପଠାଉ ନାହାଁନ୍ତି? ନାମ, ବୟସ ଏବଂ ରିପୋର୍ଟ ଭଳି ସମସ୍ତ ବିବରଣୀ ଆବଶ୍ୟକ। ଏହି ସଂଖ୍ୟାଗୁଡିକର ତାଲିକା ପାଇଁ ସେମାନଙ୍କୁ ପଚାରନ୍ତୁ। ସେହି ଲୋକଙ୍କ କରୋନା ପଜିଟିଭ ରିପୋର୍ଟ ମଧ୍ୟ ପଠାନ୍ତୁ ।

- Advertisement -

ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ବର୍ତ୍ତମାନ ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଚିଛି, ଯେଉଁଥିରେ ୧ ଲକ୍ଷ ୪୧ ହଜାର ୮୪୨ଟି ସକ୍ରିୟ ମାମଲା ରହିଥିବା ବେଳେ ୧ ଲକ୍ଷ ୪୭ ହଜାର ୧୯୫ ଜଣ ହୋଇଛନ୍ତି ଏବଂ ୮ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ମହାରାଷ୍ଟ୍ରରେ ୯୭ ହଜାର ୬୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ତାମିଲନାଡୁରେ କରୋନା ଆକ୍ରାନ୍ତ ସଂଖ୍ୟା ୩୮ ହଜାର ୭୧୬ ଓ ଦିଲ୍ଲୀରେ ୩୪ ହଜାର ୬୮୭ଟି ସଂକ୍ରମଣ ରହିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories