www.samajalive.in
Saturday, December 6, 2025
26.1 C
Bhubaneswar

କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବନି କେନ୍ଦ୍ର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀମାନଙ୍କୁ ନିଯୁକ୍ତିଦାତା ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ଫଳରେ ନିଯୁକ୍ତିଦାତାଙ୍କୁ ଏହା ଏକପ୍ରକାର ଅଶ୍ବସ୍ତି ଦେଇଛି। ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ନିଯୁକ୍ତିଦାତାମାନେ ଲକଡାଉନ ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେବା ବାଧ୍ୟତାମୂଳକ ବୋଲି ଆଦେଶ ଦିଆଯାଇଥିଲା। ଏହି ବିଜ୍ଞପ୍ତି ଉପରେ ଜବାବ ଦାଖଲ କରିବାକୁ ଜଷ୍ଟିସ ଅଶୋକ ଭୂଷଣ, ଏସ.କେ. କଉଲ ଏବଂ ଏମ.ଆର. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମହଲତ ଦେଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ବିରୋଧରେ କେତେକ କମ୍ପାନୀ ଏବଂ ଉଦ୍ୟୋକ୍ତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପିଟିଶନର ଶୁଣାଣି ସମୟରେ ଜଷ୍ଟିସ ଭୂଷଣ କହିଥିଲେ, ନିଯୁକ୍ତିଦାତାମାନଙ୍କ ବିରୋଧରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ନିଯୁକ୍ତିଦାତା ଏବଂ କର୍ମଚାରୀମାନେ ଆପୋସ ବୁଝାମଣା ଜରିଆରେ ଏ ନେଇ ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମଧ୍ୟରେ ଆଲୋଚନାକୁ ସହଜ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯେହେତୁ ନିଯୁକ୍ତିଦାତାମାନେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବା ଲାଗି ସେମାନଙ୍କ ନିକଟରେ ଆର୍ଥିକ ଦକ୍ଷତା ନ ଥିବା ଯୁକ୍ତି ଦର୍ଶାଉଛନ୍ତି, ତେଣୁ ଏ ନେଇ କେନ୍ଦ୍ରକୁ ଜବାବ ଦେବାକୁ କୋର୍ଟ କହିଛନ୍ତି। କର୍ମଚାରୀମାନଙ୍କୁ ୫୪ ଦିନର ଲକଡାଉନ ସମୟର ଦରମା ପାଇଁ ନିଯୁକ୍ତିଦାତାଙ୍କ ସହିତ ଆପୋସ ବୁଝାମଣା କରିବାକୁ ହେବ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ଜବାବ ଦାଖଲ ପରେ ଜୁଲାଇ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories