www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ ଖଟା ଆମ୍ବର ଉପକାରିତା

ବିଭିନ୍ନ ପ୍ରକାର ଫଳ ଖାଇବା ସଭିଁଙ୍କୁ ବେଶ ପସନ୍ଦ। ସମସ୍ତ ପ୍ରକାର ଫଳରେ ମଧ୍ୟ ଖୁବ ଭିଟାମିନ ରହିଛି। ସେଭଳି ଏକ ଫଳ ହେଉଛି ଖଟା ଆମ୍ବ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଖଟା ଆମ୍ବର ସ୍ୱାଦ ଖଟା ହେଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହା ମିଠା। ଜାଣନ୍ତୁ …………
– ଖଟା ଆମ୍ବରେ ଥିବା ଖଟାପଣ ଓଜନ ହ୍ରାସରେ ସାହାଯ୍ୟ କରେ।
-ଖାଦ୍ୟ ହଜମ ହୋଇନଥିଲେ , ଗ୍ୟାସଟିକ ସମସ୍ୟା ଦୂର ପାଇଁ ଖଟା ଆମ୍ବ ଖୁବ ଉପକାରୀ।
– ଏଥିରେ ଭିଟାମିନ ଏ ରହିଛି। ଯାହା ଚକ୍ଷୁ ପାଇଁ ଉପକାରୀ। ତେଣୁ ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
– ଏଥିରେ ଥିବା ଭିଟାମିନ ସି ଦାନ୍ତ ମାଢି ପାଇଁ ଲାଭଦାୟକ।
– ବାନ୍ତି ଲାଗିବା ଭଳି ଅନୁଭବ ହେଉଥିଲେ ଖଟା ଆମ୍ବରେ ସାମାନ୍ୟ କଳାଲୁଣ ଲଗାଇ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।
– ଖଟା ଆମ୍ବ ଖାଇବା ଦ୍ୱାରା କେଶ କଳା ହେବା ସହ ତ୍ୱଚାର ଦାଗ ମଧ୍ୟ ଦୂର ହୋଇଥାଏ।
– ଖରାର ପ୍ରଭାବରେ ଅଧିକ ଝାଳ ନିର୍ଗତ ହେଉଥିଲେ ଖଟା ଆମ୍ବ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories