www.samajalive.in
Saturday, December 6, 2025
26.1 C
Bhubaneswar

ଗଙ୍ଗାଧର କଲ୍ୟାଣ ମଣ୍ଡପରେ କୋଭିଡ଼ ଟିକାକରଣ

ବରପାଲି : ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼ ଟିକାକରଣ ପ୍ରକ୍ରିୟା ଶୁଭାରମ୍ଭ ହୋଇଯାଇଛି। ସୋମବାର ପୁର୍ବାହ୍ନରେ କାର୍ଯ୍ୟକ୍ରମକୁ  ବିଜେପୁର ବିଧାୟିକା ରିତା ସାହୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସ୍ଥାନୀୟ ଡ଼ାକ୍ତରଖାନା ମୁଖ୍ୟ ଡ଼ା.ରାଜେଶ କୁମାର ବେହେରାଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡ଼ା.ଦୈତ୍ୟ ନାରାୟଣ ପାଢ଼ି,ଡ଼ା.ସୂର୍ଯ୍ୟକାନ୍ତ ମୁଗରି,ଯୁବନେତା ସୌରଭ ସାହୁ,ବିପିଏମ ତପନ କୁମାର ପଟ୍ଟନାୟକ,ଫାର୍ମାଶିଷ୍ଠ ସୁନିଲ କୁମାର ଭୋଇ,ସୁପରଭାଇଜର କୈଳାଶ ଚନ୍ଦ୍ର ସାହୁ,ରାମ କୁମାର ସେଠ ପ୍ରମୁଖ ଯୋଗ ଦେଇ ଟିକାକରଣରେ ସାମିଲ କୋରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ଦିବସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ୧୦୦ଜଣ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକାକରଣ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ବେଳେ ୭୦ଜଣ କର୍ମୀଙ୍କୁ ଭେକସିନ ପ୍ରୟୋଗ କରାଯାଇଥିଲା। ସେହିପରି ଅନ୍ୟ ଦିବସରେ ତିନିଟି ପର୍ଯ୍ୟାୟରେ ଭିନ୍ନଭିନ୍ନ ବର୍ଗ ଓ କରୋନା ଯୋଦ୍ଧା ମାନଙ୍କ ସହ ୫୦ବର୍ଷରୁ ଉର୍ଦ୍ଧ୍ବ ମୋଟ ୪୪୦ଜଣ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରକ୍ରିୟାରେ ସାମିଲ କରାଯାଇଥିବା ବିଭାଗ ପକ୍ଷରୁ ଜଣାପଡ଼ିଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories