www.samajalive.in
Saturday, December 6, 2025
26.1 C
Bhubaneswar

ଅସହାୟ ଦଣ୍ଡ କଳାକାର ପରିବାରକୁ ସହାୟତା

ବରପାଲି : ବରପାଲି ଟୁଙ୍ଗିବନ୍ଦଲି ଦଣ୍ଡ ନୃତ୍ୟର ମୁଖ୍ୟ କଳାକାର ମନ ଲୁହା ବରଗଡ଼ ମୂଖ୍ୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କିଛିଦିନ ପୁର୍ବରୁ ଦେହାନ୍ତ ହୋଇଯାଇଛି। ଖବରପାଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦଚନ୍ଦ୍ର ମେହେରଙ୍କ ନିର୍ଦେଶରେ ସହ କର୍ମଚାରୀ ଗୁଣ ବାଗ,ବାବୁଲୁ ବେହେରା,ବିଶ୍ୱ ଭୋଇ ଓ ଅଜିତ ମେହେର ମନ ଲୁହାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ନ୍ତଗତ ୩୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ହେଲେ ବର୍ତ୍ତମାନ ତାଙ୍କ ପାରିବାରିକ ଦୁରାବସ୍ଥା ଓ ଅସ୍ଥାୟୀ ଭଙ୍ଗାଦଦରା କୁଡ଼ିଆ ପରିବାର ଲୋକଙ୍କ ପାଇଁ ଅନ୍ୟ ଏକ ବୋଝ ଭାବେ ଲଦିହେଲାଣି। ଦିନଥିଲା ପଶ୍ଚିମ ଓଡ଼ିଶାର ନାମକରା ଟୁଙ୍ଗିବନ୍ଦଲି ଦଣ୍ଡ ନୃତ୍ୟର ମନ ଢୁଲିଆ କହିଲେ ସମଗ୍ର ପଶ୍ଚିମାଞ୍ଚଳରେ ଏକ ପରିଚିତ କଳାକାର ଭାବେ ସମସ୍ତଙ୍କର ବେଶ ଜଣାଶୁଣା ରହିଥିଲେ। କେବଳ ପଶ୍ଚିମ ଓଡ଼ିଶା ନୁହେଁ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ତାଙ୍କର କଳାକାରୀର ମାଦକତା ଦର୍ଶକ ମାନଙ୍କୁ ବିମୋହିତ କରି ବାନ୍ଧି ପାରିଥିଲା। ସମୟ ବଦଳିଲା ପରି ମନ ସ୍ୱାସ୍ଥ୍ୟ ଜନିତ କାରଣରୁ କଳାକାରିରୁ ବଂଚିତ ହେବା ସହିତ ଗତ ୩୦ବର୍ଷ ହେଲା ଏକ କୁଡ଼ିଆ ଘରେ ବସବାସ କରୁଥିଲେ। ବର୍ତ୍ତମାନ ଘରେ ବୟଷ୍କା ପତ୍ନୀ ସହ ଏକ ସ୍ୱାମୀ ପରିତ୍ୟାକ୍ତା ଝିଅ ଓ ତାର ଏକ ପୁଅ ରହୁଛନ୍ତି। ମୃତ କଳାକାରଙ୍କ ପରିବାରିକ ଦୂରାବସ୍ଥା ଦୁରିକରଣ ଓ ମୌଳିକ ବ୍ୟବସ୍ଥାର ଉଚିତ ସୁରକ୍ଷା ଯୋଗାଇ ଦେବାକୁ ସ୍ଥାନୀୟ ସ୍ୱାଭିମାନ ମଞ୍ଚ ଓ ବରପାଲି ନାଟ୍ୟ ସଂସ୍କୃତି ସଂସ୍ଥା ଜିଲ୍ଲା ପ୍ରସାସନ ନିକଟରେ ଗୁହାରି ଜଣାଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories