www.samajalive.in
Saturday, December 6, 2025
19.1 C
Bhubaneswar

ଗୌଣ୍ଡୱାନା ସମାଜ ନୃସିଂହନାଥ ପିଠ ମହୋତ୍ସବ ପ୍ରସ୍ତୁତି

ବରପାଲି : ବରପାଲି ନିୟନ୍ତ୍ରିତ ବଜାର କମିଟି ପରିସରରେ ବରଗଡ଼ ଜିଲ୍ଲା ଅଖିଳ ଭାରତିୟ ଗୌଣ୍ଡୱାନା ଗୋଁଣ୍ଡ ମହାସଭା ସମିତି ପକ୍ଷରୁ ନୃସିଂହନାଥ ପିଠ ବାର୍ଷିକ ମହୋତ୍ସବ ପ୍ରସ୍ତୁତି ସମ୍ପର୍କରେ ବୈଠକ ହୋଇଯାଇଛି। ଭାଗିରଥି ସିଂଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା। ବରଗଡ଼ ଜିଲ୍ଲା ମହାସଚିବ ଧନେଶ୍ୱର ସିଂ ସ୍ୱାଗତ ସହ ଧନ୍ୟବାଦ ଜଣାଇଥିଲେ। ସଭାରେ ଆଗାମୀ ଜାନୁୟାରୀ ୩୧ତାରିଖ ନୃସିଂହନାଥ ପିଠ ବାର୍ଷିକ ଉତ୍ସବ ସଂଚାଳନ ଜନିତ ବିଷୟ ଉପରେ ଆଲୋଚନା ହେବା ସହିତ ପୂର୍ଣ୍ଣ ସଫଳତା ପାଇଁ କ଼ାମନା କରିଥିଲେ। ଆଲୋଚନାରେ ଉପ ସଭାପତି ଚୈତୁସିଂ ଦାଓ,କୋଷାଧ୍ୟକ୍ଷ ଚୁଡ଼ାମଣୀ ରାଏ,ରାଜ୍ୟ ସଚିବ ସୌଦାଗର କୁଁଅର,ସୂନ୍ଦ୍ରର ଧରୁଆ,ସରୋଜ ଧରୁଆ,ବୈଦ୍ୟନାଥ ଧରୁଆ,ଶତୃଘ୍ନ ଧରୁଆ,ସଫେତ ରାଏ,ଚିତ୍ତରଞ୍ଜନ,ସଭ୍ୟା ଜ୍ୟୋସ୍ନାମୟୀ ଭୋଇ,ପୁରନ୍ଦର ସିଂ,ମନବୋଧ ରାଏ ପ୍ରମୁଖ ଭାଗ ନେଇଥିଲେ। ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଭ୍ୟ ସାମିଲ ହୋଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories