www.samajalive.in
Saturday, December 6, 2025
14.1 C
Bhubaneswar

ମାଘମାସ ପ୍ରଥମ ସୋମବାର ; ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ୨୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଆରଡି : ପବିତ୍ର ମାଘମାସର ପ୍ରଥମ ସୋମବାରରେ ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ  ୨୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ସମାଗମ ହୋଇଥିଲା । ଦୀର୍ଘ ୧୦ମାସ ହେବ ମହାମାରୀ କରୋନା ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ଗତ ୩ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଇଥିଲା। ଏପରିକି ଭକ୍ତମାନେ କିପରି କୋଭିଡ କଟକଣା ମଧ୍ୟରେ ଦର୍ଶନ କରିବେ ସେଥିପାଇଁ ନାନା ପ୍ରକାର ନିୟମ ଜାରି କରାଯାଇଥିଲା। ହେଲେ କିଛିଦିନ ନିୟମ ପାଳନ କରାଯାଇଥିଲେ ମଧ୍ୟ ଏବେ ମନ୍ଦିର ପରିସର ଓ ପୀଠରେ ଆବଶ୍ୟକୀୟ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ନଥିବାରୁ ପବିତ୍ର ମାଘମାସର ପ୍ରଥମ ସୋମବାରରେ ନାକେଦମ ହେବାକୁ ପଡିଥିଲା ସ୍ଥାନୀୟ ପୁଲିସକୁ। ବିଶେଷକରି କୋଭିଡ କଟକଣା ଅନୁଯାୟୀ ମଣିବାବାଙ୍କୁ ଦର୍ଶନ କରିବା ସମୟରେ ମନ୍ଦିର ପକ୍ଷରୁ ନିର୍ମାଣ ହୋଇଥିବା ବ୍ୟାରିକେଡରେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିବା ପାଇଁ ବାରମ୍ବାର ସଚେତନତା କରାଯାଇଥିଲେ ମଧ୍ୟ ଭକ୍ତଙ୍କ ଭିଡ ଏପରି ହୋଇଥିଲା ଦର୍ଶନ ସମୟରେ କୋଭିଡ କଟକଣା ଭୁଲିଯାଇଥିଲେ। କେତକଙ୍କ ମୁହଁରେ ମାକ୍ସ ନଥିବା ବେଳେ ସାମାଜିକ ଦୂରତାକୁ ଭଲିଯାଇଥିଲେ ଦର୍ଶନାର୍ଥୀ। ଅନ୍ୟପଟେ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମଣିବାବାଙ୍କର ଭୋର ୪ଟାରେ ଦ୍ୱାରଫିଟା ନୀତି, ମଙ୍ଗଳ ଆଳତୀ, ମାହାସ୍ନାନ, ଘର୍ଷଣଲାଗି ଆଦି ସରିବା ପରେ ସକାଳ ୫ଟାରେ ଦିଗମ୍ବର ବେଶରେ ସଜିତ କରାଯାଇଥିଲା । ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍ୟାହ୍ନ ୧ଟାରେ ଯୋଗୀବେଶ, ବଡନୀତିଭୋଗ, ଅବକାଶ ନୀତି ସରିବା ପରେ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ସଂଧ୍ୟାରେ ଷୋଡଶ ଉପଚାର ପୂଜାରେ ସଂଧ୍ୟା ଆଳତୀ ସମ୍ପନ୍ନ ହେବା ସହ ରାତ୍ର ୧୦ଟାରେ ବାଟୁଳା ଭୋଗ ଲାଗି କରାଯାଇ ପହୁଡ କରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories