www.samajalive.in
Monday, December 15, 2025
15.1 C
Bhubaneswar

ଭୁବନେଶ୍ବରର ୬ ସ୍ଥାନରେ ଦିଆଯିବ କୋଭାକ୍ସିନ; ଅନ୍ୟ ଜିଲାଗୁଡ଼ିକରେ କୋଭିସିଲ୍ଡ଼

ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର ୬ଟି ସ୍ଥାନରେ ଦିଆଯିବ ଟିକା ।ଭୁବନେଶ୍ୱରରେ ପୂର୍ବରୁ ୫ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି । ରାଜଧାନୀରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ତେବେ ଟିକାକରଣ ପାଇଁ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ । ପୁଣି ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ନେଇ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ସୁଚନା ଦେଇଛନ୍ତି ।

 

- Advertisement -

ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବା ନେଇ ସୂଚନା ରହିଛି । ଯେଉଁଥିପାଇଁ ରାଜ୍ୟକୁ କୋଭିସିଲ୍‌ଡର ୪ ହାଜର ୮ହଜାର ଡୋଜ୍ ଆସିଛି । ସେହିପରି କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କଟକ, ପୁରୀ, ନୟାଗଡ଼ ସମେତ ଭ୍ୟାକ୍ସିନ୍ ସମସ୍ତ ଜିଲ୍ଲାକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ।

 

ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ବୋଲି ସୂଚନା ମିଳିଛି ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories