www.samajalive.in
Saturday, December 6, 2025
16.1 C
Bhubaneswar

ସୁସ୍ଥ ହୋଇଥିବା ୨୦% କୋଭିଡ଼ ରୋଗୀ ୯୦ ଦିନ ମଧ୍ୟରେ ମାନସିକ ରୋଗରେ ଆକ୍ରାନ୍ତ

କୋଭିଡ଼-୧୯ କେବଳ ମହାମାରୀ ସାବ୍ୟସ୍ତ ହୋଇନାହିଁ, ଏଥିରୁ ମୁକ୍ତି ପରେ ମଧ୍ୟ ଲୋକମାନେ ଅନ୍ୟାନ୍ୟ ରୋଗରେ ଶିକାର ହେଉଛନ୍ତି । ଏକ ଅଧ୍ୟୟନ ଅନୁସାରେ କରୋନା ବା କୋଭିଡ଼ରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୦% ୯୦ ଦିନ ମଧ୍ୟରେ ମାନସିକ ରୋଗରେ ଆକ୍ରାନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଅଧ୍ୟୟନ ଅନୁସାରେ କୋଭିଡ଼ ରୋଗମାନେ ସଂକ୍ରମିତ ଥିବାବେଳେ ଚିନ୍ତା, ଉଦାସୀନତା ଓ ଅନିଦ୍ରାର ଶିକାର ହୋଇଥାଆନ୍ତି ଏବଂ ପରବର୍ତୀ ପର୍ଯ୍ୟାୟରେ ଏହା ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଫଳରେ ସେମାନଙ୍କ ମଧ୍ୟରେ ଡ଼ିମେନ୍ସିଆ ଓ ମସ୍ତିଷ୍କ ଦୁର୍ବଳତା ପରି କେତେକ ଲକ୍ଷ୍ୟ ପ୍ରକାଶ ପାଇଥାଏ ।

ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାନସିକ ରୋଗର ପ୍ରଫେସର ପଲ୍ ହାରିସନ୍ କହିଛନ୍ତି ଯେ କୋଭିଡ଼ ସଂକ୍ରମିତ ଲୋକମାନେ ଜୀବିତ ଥିବାବେଳେ ମାନସିକ ଅବସାଦର ଶିକାର ହେଉଥିବାଦେଖାଯାଉଛି । ଏହା ସେମାନଙ୍କ ସ୍ବାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ । ପରବର୍ତୀ ସମୟରେ ସେମାନେ କୋଭିଡ଼ରୁ ମୁକ୍ତ ହେଲେ ମଧ୍ୟ ୨୦% ଲୋକଙ୍କ କ୍ଷେତ୍ରରେ ଏହା ବଳବତ୍ତର ରହିଥାଏ ।

- Advertisement -

ଲାନସେଟ୍ ସାଇକିଆଟ୍ରି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଆମେରିକାର ୬୯ ନିୟୁତ ଲୋକଙ୍କ ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡ ବିଶ୍ଳେଷଣ କରାଯାଇଥିଲା, ଯେଉଁଥିରେ କୋଭିଡ୍ -୧୯ ପୀଡ଼ିତ ୬୨ହଜାର ଲୋକ ସାମିଲ ଥିଲେ ।

କରୋନାଭାଇରସ୍ ସହିତ ପଜିଟିଭ୍ ପରୀକ୍ଷା କରିବାର ତିନିମାସ ପରେବଞ୍ଚିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଚିନ୍ତା, ଉଦାସୀନତା ଏବଂ ଅନିଦ୍ରା ରୋଗରେ ଆକ୍ରାନ୍ତ ହୋଇଥିଲେ | ସମାନ ଅବଧିରେ ଥିବା ଅନ୍ୟ ରୋଗୀଙ୍କ ତୁଳନାରେ ଏହା ପ୍ରାୟ ଦୁଇ ଗୁଣ ଅଧିକ ବୋଲି ଗବେଷକମାନେ କହିଛନ୍ତି। ସେହିପରି ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ କୋଭିଡ -୧୯ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ୬୫% ଅଧିକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories