www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟପ୍ରଦେଶ: ଇଭିଏମର ବିଶ୍ବସନୀୟତା ଉପରେ ଦିଗବିଜୟଙ୍କ ପ୍ରଶ୍ନ; ପରାଜୟକୁ ସ୍ବୀକାର କଲେ କମଳନାଥ

ମଧ୍ୟପ୍ରଦେଶ ସରକାରଙ୍କ ଭାଗ୍ୟ ନିର୍ଧାରଣ କରୁଥିବା ଉପନିର୍ବାଚନରେ ବିଜେପିର ସଫଳତା ସରକାରକୁ କେବଳ ସୁରକ୍ଷିତ ରଖିନାହିଁ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାଣ ଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ମାନ ରଖିବାକୁ ସମର୍ଥ ହୋଇଛି । ଏହାପରେ ପିସିସି ସଭାପତି ଦଳର ପରାଜୟ ସ୍ବୀକାର କରିଛନ୍ତି । ଲୋକଙ୍କ ଜନାଦେଶ ଶିରୋଧାର୍ଯ୍ୟ ବୋଲି କହିଛନ୍ତି । ତେବେ ଏହି ପରାଜୟକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଦିଗବିଜୟ ସିଂହ । ଏହା ବିଜେପିର ନୁହେଁ, ଇଭିଏମ୍ ବିଜୟ ବୋଲି ସେ କହିଛନ୍ତି ।

- Advertisement -

୨୮ଟି ଆସନ ପାଇଁ ହେଉଥିବା ଉପନିର୍ବାଚନରେ ବିଜେପି ନିମନ୍ତେ ସରକାରରେ ରହିବା ପାଇଁ ୮ଟି ଆସନର ଆବଶ୍ୟକତା ଥିଲା । ଏହାମଧ୍ୟରୁ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ୧୦ ଆସନରେ ବିଜେପି ବିଜୟୀ ହୋଇଛି । ତେଣୁ ସରକାରଙ୍କ ନିମନ୍ତେ ଆଉ କୌଣସି ବିପଦ ନ ଥିବା ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପକ୍ଷରେ ଅବଶିଷ୍ଟ ୧୭ଟି ଆସନ ମଧ୍ୟରୁ ଅର୍ଦ୍ଧାଧିକ ଆସନରେ ବିଜେପି ଆଗୁଆ ଥିବା ସୂଚନା ମିଳିଛି ।

ଗତ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨  ଜଣ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ, ଏହା ପରେ ଆଉ ତିନିଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ପରେ ଆଉ ୩ ଜଣ ବିଧାୟକଙ୍କର ପରଲୋକ ହୋଇଥିଲା। ତେଣୁ ୨୮ଟି ଆସନରେ ଉପନିର୍ବାଚନ ହେଉଥିଲା ।

ଅନୁପପୁରରୁ ବିସାହୁଲ ସିଂ, ବାଦନାୱରରୁ ରାଜଭବରଣ ସିଂ ଦତ୍ତଗିଓନ୍, ବାମୋରୀରୁ ମହେନ୍ଦ୍ର ସିଂ ସିସୋଡିଆ, ସଞ୍ଚିରୁ ପ୍ରଭୁରାମ ଚଧୁରୀ, ଗ୍ୱାଲିଅରରୁ ପ୍ରଦୀପ ସିଂ ତୋମାର ଏବଂ ସୁଭାସର ହାର୍ଦ୍ଦିକ ସିଂ ଡୁଙ୍ଗ ବିଜେପି ମନ୍ତ୍ରୀ ଜିତିଛନ୍ତି। ଭନ୍ଦର ସନ୍ଥ ରାମ ସିରୋନିଆରୁ ବିଜେପିର ପ୍ରତିରକ୍ଷା କଂଗ୍ରେସର ଫୁଲ ସିଂ ବାରାୟାଙ୍କୁ ମାତ୍ର ୧୩୬ ଭୋଟରେ ପରାସ୍ତ କରିଛି। ବିଜେପିର ନାରାୟଣ ପଟେଲ ମଣ୍ଡଳରୁ ବିଜୟୀ ହୋଇଛନ୍ତି

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories