www.samajalive.in
Friday, December 5, 2025
20.1 C
Bhubaneswar

ଜଙ୍ଗଲରୁ ପଚାଂୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତଦେହ ଜବତ ; ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତଦେହ ଆଜି ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ଜଙ୍ଗଲରୁ ଜବତ କରିଛି ପୁଲିସ୍। ଜବତ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମ ବେଣୁଧର ପାତ୍ର ଏବଂ ତାଙ୍କର ନିଜ ଘର ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ବୁଡାଗୁଡା ଗ୍ରାମରେ ବୋଲି ପୁଲିସ୍ ଚିହ୍ନଟ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ସୂଚନାଯୋଗ୍ୟ,  ଆଜି ସକାଳୁ ସକାଳୁ ସ୍ଥାନୀୟ କିଛି ଅଧିବାସୀ ଜଙ୍ଗଲକୁ କାଠ ଆଣିବାକୁ ଯାଉଥିବା ବେଳେ ଜଙ୍ଗଲରେ ଏକ ଅଜଣା ମୃତଦେହ ପଡ଼ିଥିବା ନେଇ ଦେଖି ଫୁଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସମେତ ଅନ୍ୟମାନେ ଘଟଣାସ୍ଥଳରେ ପହଁଚିବା ପରେ ଶବକୁ ଚିହ୍ନଟ କରିଥିଲେ। ଖବର ପ୍ରଚାରିତ ହେବା ପରେ ବ୍ଳକର ବିଡିଓ ଦାୟତ୍ୱରେ ଥିବା ଫୁଲବାଣୀ ବି.ଡ଼ି.ଓ ଶାନ୍ତନୁ କୁମାର ନାୟକ, ଏକାଉଣ୍ଟେଟ୍ ଅନୁଗ୍ରହ ସଚିନ୍ ଜାତେ, ପଂଚାୟତ ନିର୍ବାହୀ ସଂଘର ସଭାପତି ପଦ୍ମଚରଣ ମହାନ୍ତି, ପଂଚାୟତ ନିର୍ବାହୀ ଅଧିକାରୀ ଜଗନ୍ନାଥ ରଣା, ସୁଧିର କୁମାର ପ୍ରଧାନ, ସୁକାନ୍ତ ପଟନାୟକ, ଗୌର ଚରଣ କହଁର, ରବିନ୍ଦ୍ର ବେହେରା ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘଟଣା ସଂମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ । ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଥିବା ତଦନ୍ତ ଅଧିକାରୀ ଦଶରଥ ହେମ୍ରମ୍ ସୂଚନା ଦେଇଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ କିଛି ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବାସ୍ତବ ଘଟଣା ଜଣାପଡ଼ିବ ବୋଲି ମଧ୍ୟ ତଦନ୍ତ ଅଧିକାରୀ ପ୍ରକାଶ ରକିଛନ୍ତି।

- Advertisement -

ପ୍ରକାଶ ଯେ, ପଂଚାୟତ ନିର୍ବାହୀ ଅଧିକାରୀ ଜଣକ ଗତ ୨୦୧୮ ମସିହାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର କରଡ଼ା ପଂଚାୟତର ନିର୍ବାହୀ ଅଧିକାରୀ ଭାବେ ଥିବା ବେଳେ ସେହି ସମୟରେ କେତେକ କାରଣ ଯୋଗୁଁ ସେ ନିଲମ୍ବିତ ହୋଇଥିଲେ। ଦୀର୍ଘଦିନ ଧରି ନିଲମ୍ବିତ ପରେ ଗତ ୨୦୧୯ ମସିହା ନଭେମ୍ବର ୧୧ ତାରିଖ ଦିନ ଫିରିଙ୍ଗିଆ ବ୍ଳକରେ ପୁନଃ ନିଯୁକ୍ତି ପାଇଥିଲେ ମଧ୍ୟ ସେ କୌଣସି ପଂଚାୟତ ଦାୟିତ୍ୱରେ ନଥିଲେ। ବ୍ଳକ କାର୍ଯ୍ୟାଳୟରେ ସେ ଏକ ବିଭାଗରେ କାର୍ଯ୍ୟକରୁଥିବା ଯୋଗୁଁ ସେ ମାନସିକ ଚାପରେ ରହୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଫିରିଙ୍ଗିଆ ବ୍ଳକରେ ପଂଚାୟତ ତୁଳାନରେ ନିର୍ବାହୀ ଅଧିକାରୀ କମ୍ ଥିବା ଯୋଗୁଁ କେତେକ ୨/୩ ଟିଲେଖାଏଁ ପଂଚାୟତ ଦାୟିତ୍ୱରେ ରହୁଥିବା ବେଳେ ଦୀର୍ଘ ଏକ ବର୍ଷ ଧରି ମୃତକ ଜଣକ ଉକ୍ତ ବ୍ଳକରେ ଯୋଗଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ପଂଚାୟତର ଦାୟିତ୍ୱ ଦିଆଯାଇନଥିବା ଯୋଗୁଁ ସେ ମାନସିକ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାର ବିଧିବଧ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories