www.samajalive.in
Saturday, December 6, 2025
23.1 C
Bhubaneswar

୯ ମାସ ଧରି ଅନଧିକୃତ ଛୁଟି; ଭାରପ୍ରାପ୍ତ ବିଇଓ ଗଠନ କଲେ ତଦନ୍ତ କମିଟି

ଜଗତସିଂହପୁର: ୯ ମାସ ଧରି ଅନଧିକୃତ ଭାବରେ ଛୁଟିରେ ଥିବା ଶିକ୍ଷକଙ୍କୁ ତଥାକଥିତ ବକେୟା ଦରମା ପ୍ରଦାନ ପାଇଁ ଏରସମା ବ୍ଲକ୍ ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପଦକ୍ଷେପକୁ ନେଇ ଏବେ ସ୍ଥାନୀୟ ଶିକ୍ଷକ ମହଲରେ ସୃଷ୍ଟି ହୋଇଛି ଆଲୋଡ଼ନ । କେବଳ ସେତିକି ନୁହେଁ, ସମ୍ପୃକ୍ତ ଶିକ୍ଷକ ଏକ ବୀମା କମ୍ପାନୀର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ସତ୍ବେ ତାଙ୍କ ପ୍ରତି ଶିକ୍ଷା ବିଭାଗର ଅହେତୁକ ଅନୁକମ୍ପା ମଧ୍ୟ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏପରିକି ବକେୟା ୯ ମାସର ଦରମା ପ୍ରଦାନ ନିମନ୍ତେ ଏକ ବଡ଼ ଧରଣର କାରବାର ହୋଇଥିବା ଅଭିଯୋଗ ହୋଇଛି ।

ଘଟଣାଟି ଘଟିଛି ଏରସମା ବ୍ଲକରେ ।  ଏହି ବ୍ଲକରେ ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷକ ଦମ୍ପତିଙ୍କୁ ଅହେତୁକ ଅନୁକମ୍ପା ପୋଷଣ କରିଛି ବ୍ଲକ୍ ଶିକ୍ଷା କର୍ତ୍ତୃପକ୍ଷ ।  ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଏହି ଦମ୍ପତି ଅନେକ ସମୟରେ ସ୍କୁଲରେ ଅନୁପସ୍ଥିତ ରହିଥାଆନ୍ତି । କେବଳ ସେତିକି ନୁହେଁ ଏହାର ପ୍ରତିବାଦ କରିବା ଯୋଗୁଁ ଜଣେ ତତ୍କାଳୀନ ଶିକ୍ଷା ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି ।

- Advertisement -

ସୂଚନା ଅଧିକାର ଆଇନରେ ମିଳିଥିବା ରିପୋର୍ଟ ଅନୁସାରେ ସମ୍ପୃକ୍ତ ଶିକ୍ଷକ ୨୦୧୩  ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ ୩ ପର୍ଯ୍ୟାୟରେ ଡ଼ାକ୍ତରୀ ଛୁଟି ନେଇଥିଲେ । ମାତ୍ର ୧୬.୧୦.୨୦୧୩ ଠାରୁ ୩୧.୫.୨୦୧୪ ପର୍ଯ୍ୟନ୍ତ ଅନଧିକୃତ ଛୁଟିରେ ରହିଥିଲେ । ଯାହାଫଳରେ ତାଙ୍କୁ ଏହି ୯ ମାସର ଦରମା ମିଳି ନ ଥିଲା ।

ପୂର୍ବରୁ ଏହି ଛୁଟି ସମୟର ଅର୍ଥ ନେବା ନିମନ୍ତେ ସେ ଆବେଦନ କରିଥିଲେ । ସେତେବେଳେ ଭାରପ୍ରାପ୍ତ ବିଇଓ ଭାବରେ କାର୍ଯ୍ୟ କରୁଥିବା ମହେନ୍ଦ୍ର ସୋରଣିଆ ଏଥିପାଇଁ ଏକ କମିଟି ଗଠନ କରିଥିଲେ । କମିଟି ରିପୋର୍ଟ ଆସିବା ପୂର୍ବରୁ ନୂଆ ବିଇଓ ଭାବରେ ଜୟନ୍ତ ରାୟ ଯୋଗ ଦେଇଥିଲେ । ସେ ତାଙ୍କ ଅବଧି ମଧ୍ୟରେ ଏ ସମ୍ପର୍କରେ କୌଣସି ପଦକ୍ଷେପ  ନେଲେ ନାହିଁ ଏବଂ ତଦନ୍ତ କମିଟି ରିପୋର୍ଟକୁ ଗ୍ରହଣ କଲେ ନାହିଁ । ମାତ୍ର ତାଙ୍କ ଅବସର ପରେ ପୁଣିଥରେ ଦାୟିତ୍ବରେ ଥିବା ଭାରପ୍ରାପ୍ତ ବିଇଓ ଶ୍ରୀ ସୋରଣିଆ ସହ ଶିକ୍ଷା ଅଧିକାରୀ ବିଜୟ ସେନାପତି ଓ ଗୋଲୋକ ପ୍ରଧାନଙ୍କୁ ନେଇ ପୁଣି ଏକ କମିଟି ଗଠନ କରିଥିବା ସୂଚନା ମିଳିଛି ।

ଏ ସଂପର୍କରେ ଶ୍ରୀ ସୋରଣିଆଙ୍କ ସହ ଯୋଗାଯୋଗ କରାଯାଇଥିଲା । ​‌ସେ ଏପରି ଏକ କମିଟି ଗଠନ କରାଯାଇଥିବା ସ୍ବୀକାର କରିଥିଲେ ହେଁ ଦରମା ପ୍ରଦାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ସେ କହିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories