www.samajalive.in
Tuesday, December 9, 2025
26.1 C
Bhubaneswar

ଦେଶର କରୋନା ଆରୋଗ୍ୟ ହାର ସକ୍ରିୟ ସଂକ୍ରମିତଙ୍କଠାରୁ ଅଧିକ

ଦେଶରେ ଦୈନିକ କରୋନା ଆରୋଗ୍ୟ ହାର କ୍ରମାନ୍ୱୟରେ ପଞ୍ଚମଦିନ ପାଇଁ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କଠାରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ଭିତରେ ୮୯ ହଜାର ୭୪୬ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କରୋନାରେ ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୮୩ ହଜାର ୩୪୭ ରହିଛି। ଫଳରେ ଦେଶରେ କରୋନା ଆରୋଗ୍ୟ ହାର ୮୧ ଦଶମିକ ୨/୫ ଭାଗରେ ପହଞ୍ଚିଛି। ବିଶ୍ୱରେ ଭାରତର କରୋନା ଆରୋଗ୍ୟ ହାର ସର୍ବାଧିକ ରହିଛି।

ବିଶ୍ୱର ମୋଟ୍‍ ଆରୋଗ୍ୟ ହାରର ୧୯.୫ ପ୍ରତିଶତ ଭାରତରେ ରହିଛନ୍ତି। ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ସଂକ୍ରମିତମାନଙ୍କଠାରୁ ଦୈନିକ ଆରୋଗ୍ୟମାନଙ୍କ ସଂଖ୍ୟା ଅଧିକ ରହିଛି। ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡ଼ା ୭୫ ଭାଗ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଓ ହରିଆଣାରୁ ରହିଛନ୍ତି। ମହାରାଷ୍ଟ୍ରରେ ଦୈନିକ ୨୦ ହଜାର ଲୋକ ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାର ଦୃଷ୍ଟିରୁ ଏହା ଶୀର୍ଷ ସ୍ଥାନରେ ରହିଛି। ଆନ୍ଧ୍ର୍ରଦେଶର ମଧ୍ୟ ଦୈନିକ ୧୦ ହଜାର ଲୋକ ଗୋଟିଏ ଦିନ ଭିତରେ ଆରୋଗ୍ୟ ଲାଭ କରିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories