ଡେସ୍କ: ଚୀନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରୁ ସେଠାରେ ପୁଣି କଟକଣା ଲାଗୁ କରାଯାଇଛି। ଚୀନରେ ଓମିକ୍ରନ୍ ଭୂତାଣୁର ୨ଟି ନୂଆ ଭୂତାଣୁକୁ ଚିହ୍ନଟ କରାଯାଇଛି। ସେହି ଭୂତାଣୁ ଗୁଡ଼ିକ ଦ୍ରୁତଗତିରେ ସଂକ୍ରମିତ ହେବାରେ ଲାଗିଛି। ସ୍ଥାନୀୟ ଖବର ଅନୁସାରେ ଗତ ୪ ତାରିଖରେ ବିଏଫ-୭ ଭୂତାଣୁକୁ ୟାନ୍ତାଇ ଓ ସାୱଗୁଆଁ ସହରରେ ଠାବ କରାଯାଇଥିଲା। ଅନ୍ୟପକ୍ଷରେ ବିଏ-୫.୧.୭ ଭୂତାଣୁକୁ ଚୀନ ମୁଖ୍ୟ ଭୂଖଣ୍ଡରେ ଠାବ କରାଯାଇଛି। ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଏଫ-୭ ଭୂତାଣୁ ବିଷୟରେ ସତର୍କତା ଜାରି କରିଥିଲା।
Popular Categories



