www.samajalive.in
Friday, December 5, 2025
23.1 C
Bhubaneswar

ବଢୁଛି ସଂକ୍ରମଣ – ସେପଟେ ବର୍ଷାରେ ବେହାଲ ଛାତ୍ରଛାତ୍ରୀ, କୋଭିଡ୍‌ ମାର୍ଗଦର୍ଶିକା ପାଣିର ଗାର

ଭୁବନେଶ୍ୱର – ଦେଶ ସହ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସରକାର ସାଧାରଣଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ୍‌ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ଟିକା ନେବା ସହ ମାସ୍କ ପିନ୍ଧିବା ଏବଂକୋଭିଡ୍‌ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ କହିଛନ୍ତି । ଯାହା ରାଜ୍ୟବାସୀଙ୍କ ହିତରେ ଜାରି କରାଯାଇଛି । ବୟସ୍କମାନଙ୍କର କୋଭିଡ୍‌ ଟିକା କରଣ କାର୍ଯ୍ୟ ଅନେକାଂଶରେ ଦ୍ରୁତ ଗତିରେ ହୋଇଥିବା ବେଳେ ଛୋଟପିଲାଙ୍କର କୋଭିଡ୍‌ ଟିକା କରଣ ଆଶାନୁରୂପକ ହୋଇପାରିନାହିଁ । ଏହି ସମୟରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଗତ କଛି ଦିନ ହେବ ରାଜ୍ୟର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ଲାଗି ରହିଛି । ଦୁଇ ବର୍ଷ କୋଭିଡ୍‌ ପାଇଁ ଅଫ୍‌ଲାଇନ୍‌ ବା ପ୍ରତ୍ୟକ୍ଷ ଶ୍ରେଣୀଗୃହ ପାଠ ପଢ଼ା ବନ୍ଦ ଥିବା ବେଳେ ଚଳିତ ଶିକ୍ଷାବର୍ଷରେ ତାହା ଆରମ୍ଭ ହୋଇଛି । ଏବେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ବର୍ଷା ଋତୁ ଏବଂ ପାଗ ପରିବର୍ତ୍ତନ ପାଇଁ ଅନେକଙ୍କ ନିକଟରେ ଥଣ୍ଡା ଏବଂ ଜ୍ୱରର ଲକ୍ଷଣ ଦେଖା ଦେଇଛି । ବିଦ୍ୟାଳୟମାନଙ୍କର ମାସ୍କ ଏବଂ କୋଭିଡ୍‌ ମାର୍ଗଦର୍ଶିକା ଅନୁସାରେ ସାମାଜିକ ଦୂରତ୍ୱକୁ ପାଳନ କରାଯାଉନାହିଁ । ହୁଗୁଳା ସରକାରୀ ଯାଞ୍ଚ ବ୍ୟବସ୍ଥା ମଧ୍ୟରେ ଏହି ମାର୍ଗଦର୍ଶିକା ବା ଗାଇଡ୍‌ ଲାଇନ୍‌ ବଳି ପଡିଯାଇଛି । ବେସରକାରୀ ବିଦ୍ୟାଳୟମାନଙ୍କରେ ମନଇଛା ନିୟମ ପ୍ରଣୟନ କରାଯାଉଥିବା ଦେଖିବା ପାଇଁ ମିଳିଛି । କଅଁଳ କାନ୍ଧରେ ବସ୍ତାନି ବୋଝ ସହ ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଡ ବଡ ବେସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ର ଛାତ୍ରୀ ସଂଖ୍ୟ ଅଧିକ ଥିବା ବେଳେ ବର୍ଷା ସମୟରେ କୋଭିଡ୍‌ କଟକଣାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି । ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଅନେକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଭାବକମାନେ କହିଛନ୍ତି । ରାଜ୍ୟ ସରକାରଙ୍କ ସହ ଶିକ୍ଷା ବିଭାଗ ବଢୁଥିବା ସଂକ୍ରମଣ ଏବଂ ବଦଳୁଥିବା ପାଗ ଅନୁସାରେ ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ଏବଂ ପାଢ ପଢା଼ର ସୁରକ୍ଷା ଅନୁସାରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଦେଶ ସହ ରାଜ୍ୟରେ ସଂକ୍ରମଣ ସ୍ଥିତି –ପୁଣି ଦେଶରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ। ଦୀର୍ଘ ୧୪୫ ଦିନ ପରେ ପୁଣି ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୨୦ ହଜାର ୧୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୮୯,୯୮୯କୁ ବୃଦ୍ଧି ପାଇଛି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ସେହିପରି ଦିନକରେ ଆଉ ୧୬,୪୮୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୦,୨୮,୩୫୬ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ହାର ୯୮.୪୯%। ଆଉ ୧,୩୬,୦୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୧%। ଦିନକ ଆଗରୁ ଆଉ ୩,୯୪,୭୭୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ୮୬,୮୧,୬୪,୩୪୮ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟା ପୂର୍ବରୁ ୧୩,୪୪,୭୧୪ ଟିକା ନେଇଥିବା ବେଳେ ମୋଟ ୧,୯୯,୨୭,୨୭,୫୫୯ ଟିକା ନେଇଛନ୍ତି। ଆଜି ମଧ୍ୟାହ୍ନ ସୁଦ୍ଧା ୨,୬୩,୪୮୩ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

- Advertisement -

ପ୍ରବଳ ବର୍ଷା ପାଇଁ ପାଣି ପାଗ ପକ୍ଷରୁ ଦିଆଯାଇଥିବା ଚେତାବନୀ –ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଥିବାରୁ ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲାର ଝରିଗାଁରେ ୧୧୮.୬ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଉମରକୋଟରେ ୧୦୪ ମିମି ଏବଂ ବରଗଡ ଜିଲାର ବରପାଲିରେ ୯୪ ମିମି ବର୍ଷା ହୋଇଛି। ବୁଧବାର ଢେଙ୍କାନାଳରେ ସର୍ବାଧିକ ୪୪.୨ ମିମି ବର୍ଷାଏବଂ ଭୁବନେଶ୍ବରରେ ୨୪.୨ ମିମି ବର୍ଷା ହୋଇଛି। କଟକ, ପାରାଦ୍ବୀପ, ଅନୁଗୋଳ, ବାରିପଦା, ସମ୍ବଲପୁର, ନୟାଗଡ, ବୌଦ୍ଧ, ଯାଜପୁର ଏବଂ ଖୋର୍ଦ୍ଧା ଆଦି ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ନୟାଗଡ, କଟକ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଅତି ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ଭିଡ, ରାସ୍ତା ପାର୍ଶ୍ବରେ ପାଣି ଜମିବା, ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି, କଚ୍ଚା ରାସ୍ତା ଧୋଇ ହୋଇଯିବ ସହ କଚ୍ଚାଘର ନଷ୍ଟ ହେବାର ଆଶଙ୍କା ରହିଛି। ଏଥିପ୍ରତି ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ଲଘୁଚାପ ଦ୍ବାରା ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହୁଛି। ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ନିର୍ଦେଶ ଦିଆଯାଇଛି।

ଲୋକଙ୍କ ହିତ ଏବଂ କୋଭିଡ୍‌କୁ ପ୍ରତିହତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ଜନହିତକର ପରାମର୍ଶ – ଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ରାଜ୍ୟବାସୀଙ୍କୁ କହିଛନ୍ତି ଯେ, କରୋନା ମହାମାରୀର ବିପଦ ଏଯାଏଁ ଟଳି ନାହିଁ । ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ସଚେତନ ହୁଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଅନ୍ୟପକ୍ଷରେ ରାଜ୍ୟରେ କରୋନା ସ୍ଥିତି ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସ୍ବାସ୍ଥ୍ୟ ବିଭାଗର ଏହି ସମୀକ୍ଷା ବୈଠକରେ ରାଜ୍ୟରେ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇପାରେ।

ସେହିପରି ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ନିକଟରେ ରଥଯାତ୍ରା ସରିଥିବାରୁ ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି। ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ସଂକ୍ରମଣ ଖସିବ ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories