www.samajalive.in
Friday, December 5, 2025
20.1 C
Bhubaneswar

ରାସ୍ତା ଉପରେ ନର୍ଦ୍ଧମା ପାଣି; ନର୍କ ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ କଲୋନୀବାସୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ସଦର ମହକୁମାର ୱାର୍ଡ ନମ୍ବର ୧୬ ଗାନ୍ଧିଛକଠାରୁ ଇନ୍ଦିରା କଲୋନୀ ଓ ମହାଲକ୍ଷ୍ମୀ କଲୋନୀ ଦେଇ ଇଚ୍ଛାବତିଗୁଡାକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତା ଉପରେ ନର୍ଦ୍ଧମା ପାଣି ବୋହି ଯାଉଥିବା ତିନି ବର୍ଷ ପୂରିଲା। ଏଠାରେ ଥିବା ନିଗମାନନ୍ଦ ଆଶ୍ରମ ଲାଇନର ରାସ୍ତା ତିଆରି କରି ନାଳକୁ ୨୦୧୯ ମସିହାଠାରୁ ଏହି ରାସ୍ତା ଉପରେ ଛାଡ଼ି ଦିଆ ଯାଇଛି ଓ ଆଗକୁ କୌଣସି ଡ୍ରେନେଜ୍ ବ୍ୟବସ୍ଥା କରାଯାଇ ନାହିଁ। ଯାହା ଫଳରେ ନର୍ଦ୍ଧମା ପାଣି ଦୀର୍ଘ ଦୁଇ ଶହ ମିଟର ଯାଏଁ କଂକ୍ରିଟ ରାସ୍ତା ଉପରେ ବୋହି ଯାଉଛି। ପୌର ସଂସ୍ଥର ସଫେଇ କର୍ମଚାରୀ ବୁଧବାର ଆସି ନିଗମାନନ୍ଦ ଆଶ୍ରମ ଲାଇନର ଏହି ନାଳକୁ ସଫା କରିଥିଲେ ଓ କଂକ୍ରିଟ ରାସ୍ତା ଉପରକୁ ନର୍ଦ୍ଧମା ପାଣିକୁ ଭଲଭାବେ ବୋହି ଯିବା ପାଇଁ ରାସ୍ତା କଡ଼େଇ ଦେଇ ଚାଲିଗଲେ।

ସୂଚନା ଥାଉକି, ଆଗରୁ ଅନେକ ଥର କଲୋନୀବାସୀ ଏ ବିଷୟରେ ପୌର ପରିଷଦରେ ଅନେକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆନଯିବାରୁ କଲୋନୀ ବାସି ମର୍ମାହତ ହୋଇ ପଡିଛନ୍ତି। ଗତ ପୌର ନିର୍ବାଚନ ପୂର୍ବରୁ କଲୋନୀ ବାସି ଏହି ଦୁର୍ଦ୍ଦଶା ପାଇଁ ଯେତେବେଳେ ଭୋଟ ବର୍ଜନ ନିଷ୍ପତି ନେଇଥିଲେ। ଶାସକ ଦଳର ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜେ ଆସି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ଏବଂ ତତ୍କାଳୀନ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ପୌର କାର୍ଯ୍ୟାଳୟର କିଛି ଅଧିକାରୀଙ୍କୁ ସାଙ୍ଗରେ ନେଇ ସରଜମିନ ତଦନ୍ତ କରି, ନିର୍ବାଚନ ସରିବା ସଙ୍ଗେ ସଙ୍ଗେ ରାସ୍ତା ଓ ନାଳ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆନଯିବାରୁ ଏବେ ଏହି ରାସ୍ତା ଓ ପରିବେଶ ଅତ୍ୟନ୍ତ ପ୍ରଦୂଷଣ ବଳୟରେ ଘାଣ୍ଟି ହୋଇ ପଡୁଛି। ଏହି ପ୍ରଦୂଷଣ ଯୋଗୁଁ କାମଳ ରୋଗ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଉଛିବୋଲି ଅଭିଯୋଗ ହୋଇଛି ତୁରନ୍ତ ଏହି ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଛି ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories