www.samajalive.in
Saturday, December 6, 2025
19.1 C
Bhubaneswar

ପିଲାଙ୍କୁ କରୋନା ସଂକ୍ରମଣ କେମିତି ଚିହ୍ନିବା ଓ ତାହାର ପ୍ରତିକାର

ଭୁବନେଶ୍ନର: କରୋନାର ଚଳିତ ଦ୍ୱିତୀୟ ତରଙ୍ଗ ସଂକ୍ରମଣ କମ୍‍ ବୟସର ଶିଶୁ ଏବଂ ଯୁବକମାନଙ୍କୁ ସଂକ୍ରମିତ କରୁଛି, ଯାହା ଗତଥର ପରିଲକ୍ଷିତ ହୋଇନଥିଲା। ଯୁବକ ଏବଂ ବୟସ୍କମାନେ କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ କ୍ଷେତ୍ରରେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଉଛନ୍ତି। ଯଦି ଜଣଙ୍କ ଠାରେ ସେହି ଲକ୍ଷଣଗୁଡିକ ମଧ୍ୟରୁ ସମସ୍ତ ବା କିଛି ଲକ୍ଷଣ ଦେଖିବାକୁ ମିଳେ, ତେବେ ସେ ତୁରନ୍ତ କରୋନା ପରୀକ୍ଷା କରାଇନେବାର ଜରୁରୀ ଆବଶ୍ୟକତା ରହିଛି। ଖୁବ କମ ଲୋକ ଅଛନ୍ତି, ଯେଉଁମାନଙ୍କ ଠରେ ପ୍ରାଥମିକ ସ୍ତରରେ ଲକ୍ଷଣ ପ୍ରକାଶ ପାଏନାହିଁ। ତେବେ ଶିଶୁଟିଏ ଯଦି କରୋନା ସଂକ୍ରମିତ ହୁଏ ତାହାଠାରେ କେଉଁସବୁ ଲକ୍ଷଣ ପ୍ରକାଶ ପାଏ ଏବଂ ଆମେ ତାହା କେମିତି ଜାଣିବା ସେ ସମ୍ପର୍କରେ ଶିଶୁରୋଗ ବିଶେଷଜ୍ଞଙ୍କ ଡା.ଜେ ପି ମିଶ୍ର କଣ କହୁଛନ୍ତି, ଆସନ୍ତୁ ଜାଣିବା।
ଥଣ୍ଡା, ଅଳ୍ପ କଫ, ଜର, ଶରୀର ପୀଡ଼ା ହେଉଛି କରୋନା ସଂକ୍ରମଣର ସାଧାରଣ ଲକ୍ଷଣ। ଦ୍ୱିତୀୟ ଲହରରେ ଅନ୍ୟାନ୍ୟ ଲକ୍ଷଣ ଯାଥା : ପେଟରେ ପିଡା, ତରଳ ଛାଡା ଏବଂ ବାନ୍ତି ପିଲାମାନଙ୍କ ଠାରେ ଦେଖାଯାଉଛି।
ଯଦି ପିଲାଙ୍କ ଠାରେ ଏଭଳି ଲକ୍ଷଣ ପ୍ରକାଶପାଏ ତେବେ ଜ୍ୱର ତାପ ଲେଖି ରଖନ୍ତୁ। ଯଦି ଘରେ ସୁବିଧା ଥାଏ ପ୍ରତି ଛଅ ଘଣ୍ଟାରେ ଅମ୍ଳଜାନ ଗ୍ରହଣ କରିବା ଶକ୍ତି ପଲ୍ସ ଅକ୍ସମିଟର ଦ୍ୱାରା ମାପ କରନ୍ତୁ। ଯଦି ଜ୍ୱର ୧୦୦ଂ ଫାରେନହାଇଟରୁ ଅଧିକ ଥାଏ ତେବେ ୧୦-୧୫ ଏମଜି/କେଜି/ପାନର ପାରାସିଟାମୋଲ ପିଲାକୁ ସେବନ କରାନ୍ତୁ। ତାକୁ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ। ତାହାସହିତ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରନ୍ତୁ। ନରମ ଏବଂ ହାଲୁକା ଖାଦ୍ୟ ଦିଅନ୍ତୁ। ଶାରୀରିକ ଶକ୍ତି ଓ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍-ସି ଓ ଜିଙ୍କ ମଧ୍ୟ ଦିଆଯାଇପାରେ।
ତେବେ ସଂକ୍ରମଣକୁ ଏଡାଇବା ପାଇଁ ସାମାଜିକ ଦୂରତା, ମୁହଁରେ ତୁଣ୍ଡି ବାନ୍ଧିବା ଏବଂ ହାତକୁ ଧୋଇ ପରିଷ୍କାର ରଖିବା ଦ୍ୱାରା କୋରନାକୁ ପ୍ରତିହତ କରାଯାଇ ପାରିବ। କୌଣସି ସାଧାରଣ ଉତ୍ସବ, ଜନସମାଗମ ଏବଂ ଗୋଷ୍ଠ କ୍ରୀଡାରୁ ଦୂରେଇ ରଖିବା ପିଲାମାନଙ୍କୁ ଓ ଗୃହକୁ କରୋନା ସଂକ୍ରମଣ ରୋଗରୁ ରକ୍ଷା କରିବାର ହେଉଛି ଏକମାତ୍ର ଉପାୟ।
ଯଦି ପିଲା ଦେହରେ ଜ୍ୱର ତିନରୁ ଅଧିକ ଦିନ ରହେ, ତେବେ ତାହାର ନମୁନା ପରୀକ୍ଷା କରାଯିବା ଆବଶ୍ୟକ। ଇଣ୍ଡିଆନ୍ ଏକାଡେମି ଅଫ ପେଡିଆଟ୍ରିକ୍ସ ଅନୁସାରେ ଦୁଇ ବର୍ଷରୁ ଅଧିକ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ। ଦୁଇ ବର୍ଷରୁ କମ୍ ପିଲାମାନେ ସୁରକ୍ଷା କାରଣରୁ ମାସ୍କ ବ୍ୟବହାର କରିବା ଅବଶ୍ୟକ କରନ୍ତି ନାହିଁ। କରୋନା ସଂକ୍ରମଣର ଯେଉଁସବୁ ଲକ୍ଷଣ ରହିଛି ତାହା ଗୁରୁତ୍ୱପୂର୍ଣ୍ଣ।
ପ୍ରଥମ ଲକ୍ଷଣ ହେଉଛି ପିଲାର ଶରୀରରେ ତାପମାତ୍ରା ୪ କିମ୍ବା ୫ ଦିନ ପର୍ଯ୍ୟନ୍ତ ଲାଗିରହିବା, ଦ୍ୱିତୀୟଟି ପିଲାମାନେ ଖାଇବା ପିଇବା କମାଇ ଦେବା, ତୃତୀୟ ପିଲା ଦୃବଳ କିମ୍ବା ହାଲିଆ ହୋଇପଡିବା, ଚତୁର୍ଥ ଲକ୍ଷଣ ପିଲାର ଶ୍ୱାସକ୍ରିୟାରେ କଷ୍ଟ ହେବା, ପଞ୍ଚମ ଲକ୍ଷଣ ତାର ଶରୀରରେ ଅମ୍ଳଜାନ ସାନ୍ଦ୍ରତା ୯୫% ତଳକୁ ଖସିବା। ଏସବୁକୁ ଗୁରୁତ୍ୱର ସହିତ ନେଇ ତୁରନ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଯିବା ଦରକାର।
ସବୁଠାରୁ ମୁଖ୍ୟ କଥା ହେଉଛି ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପରାମର୍ଶ ପାଇଁ ଚିକିତ୍ସାଳୟକୁ ନେବା ଅପେକ୍ଷା ଟେଲିଫୋନ ଯୋଗେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏହାଦ୍ୱାରା ଅନ୍ୟଙ୍କୁ ସଂକ୍ରମଣ ବ୍ୟାପିବାରୁ ରକ୍ଷା କରାଯାଇ ପାରିବ ଏବଂ ଯାତ୍ରା ଜନିତ କଷ୍ଟରୁ ରିହାତି ମିଳିବା ସହ ଚିକିତ୍ସାଳୟରେ ପିଲାର ସ୍ୱାସ୍ଥ୍ୟ ଜନିତ ପରାମର୍ଶ ପାଇଁ ଅପେକ୍ଷାରୁ ମୁକ୍ତି ମିଳିଥାଏ। ଯଦି ଶିଶୁର ସ୍ୱାସ୍ଥ୍ୟରେ କୌଣସି ଜଟିଳତା ଲାଗିରହେ ତେବେ ତାକୁ ଯଥାଶୀଘ୍ର ଡାକ୍ତରଙ୍କ ନିକଟକୁ ନେବା ଆବଶ୍ୟକ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories