କୋଭିଡ୍ ନିୟମ ଉଲ୍ଲଙ୍ଘନ: ରାଜ୍ୟରେ ମୋଟ ୬୯୧୯ଟି ମାମଲା, ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୪.୫ କୋଟି ଜୋରିମାନା ଆଦାୟ
![](https://samajalive.in/wp-content/uploads/2020/07/dgp-650x430.jpg)
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚସ୍ତରୀୟ ବୈଠକରେ ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ ଯେ ରାଜ୍ୟରେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। କୋଭିଡ୍ ନିୟମ ତଥା ମାର୍ଗଦର୍ଶିକା ଉଲ୍ଲଙ୍ଘନ ଅଭିଯୋଗରେ ସାରା ରାଜ୍ୟରେ ୬୯୧୯ଟି ମାମଲା ରୁଜୁ କରାଯାଇଛି। ମାସ୍କ ପିନ୍ଧିନ ଥିବା ଅଭିଯୋଗରେ ୪.୫ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ସାମାଜିକ ଦୂରତ୍ବ ପାଳନ କରି ନ ଥିବା ଅଭିଯୋଗରେ ୬୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି। ଏହାଛଡା ଅନ୍ୟାନ୍ୟ କୋଭିଡ୍ ନିୟମ ଉଲ୍ଲଙ୍ଘନ ପାଇଁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ।
Comments are closed.