ନୂଆଦିଲ୍ଲୀ : ଦେଶରେ କିଛି ଦିନ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଦିନକରେ ଆଉ ୧,୬୧,୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୩୩ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୯୭,୯୭୫ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୬,୩୦,୮୮୫କୁ ବୃଦ୍ଧି ପାଇଛି। ଆଉ ୨,୮୧,୧୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୯୫,୧୧,୩୦୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥତା ହାର ୯୪.୯୧%। ୧୬,୨୧,୬୦୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୩.୯୦% ।
ସେହିପରି ୧୭,୪୨,୭୯୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୩,୨୪,୩୯,୯୮୬ ନମୁନା ପରୀକ୍ଷା କରାଯାଇଛି। ଦିନକ ମଧ୍ୟରେ ୫୭,୪୨,୬୫୯ ଟିକା ନେଇଥିବା ବେଳେ ମୋଟ ୧,୬୭,୨୯,୪୨,୭୦୭ ଟିକାକରଣ ହୋଇଛି।



