www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ କୋଭିଡ୍‍-୧୯ ଆରୋଗ୍ୟଙ୍କ ସଂଖ୍ୟା ସାଢ଼େ ୬ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ସାଢ଼େ ୬ଲକ୍ଷ ଅତିକ୍ରମ କରିଛି। ଏଯାବତ ମୋଟ୍‍ ୬ଲକ୍ଷ ୫୩ ହଜାର ୭୫୧ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୬୨.୯୩%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୧୭ ହଜାର ୯୯୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ୍‍-୧୯ରେ ସଂକ୍ରମିତ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟା ୩ଲକ୍ଷ ୫୮ ହଜାର ୬୯୨ ରହିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୩୪ ହଜାର ୮୮୪ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି। ଗୋଟିଏ ଦିନରେ ୬୭୧ଜଣ ସଂକ୍ରମିତ ବ୍ୟକ୍ତିଙ୍କ ସହ କୋଭିଡ୍‍ ମୃତ୍ୟୁସଂଖ୍ୟା ୨୬ ହଜାର ୨୭୩ରେ ପହଞ୍ଚିଛି। ଆରୋଗ୍ୟ ହାର ଦୃଷ୍ଟିରୁ ଦେଶର ପ୍ରମୁଖ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲଦାଖ, ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ଉତ୍ତରାଖଣ୍ଡ ରହିଛି। ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଶତକଡ଼ା ୭୩ ଭାଗରୁ ଅଧିକ ରହିଛି।

ଦେଶର ଆଉ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ମଧ୍ୟ ଜାତୀୟ ଆରୋଗ୍ୟ ହାରଠାରୁ ଉପରେ ରହିଛି।
କୋଭିଡ୍‍-୧୯ ଜାତୀୟ ଆରୋଗ୍ୟ ହାର ହେଉଛି ୬୨.୯୩%। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପଛକୁ ତାମିଲନାଡୁ ଓ ଦିଲ୍ଲୀ ରହିଛି। ଦେଶରେ କୋଭିଡ୍‍-୧୯ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରୁ  ୬୬%ରୁ ଅଧିକ ଲୋକ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର ରହିଛନ୍ତି।
ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୩ ଲକ୍ଷ ୬୧ ହଜାର ୨୪ଟି ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ। ଏପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୩୪ଲକ୍ଷ ୩୩ ହଜାର ୭୪୨ଟି ନମୁନାର ପରୀକ୍ଷା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories