www.samajalive.in
Friday, December 5, 2025
20.1 C
Bhubaneswar

ହଟସ୍ପଟ ଜିଲାରୁ ସୁରଟ ଲେଉଟାଣି: ଝାରସୁୁଗୁଡ଼ାରୁ ଟ୍ରେନରେ ଗଲେ ଗଞ୍ଜାମ ଶ୍ରମିକ

ଝାରସୁଗୁଡ଼ା: ପ୍ରବାସୀ ଶ୍ରମିକମାନେ ଫେରିବା ପରେ ହଟସ୍ପଟ ଜିଲା ପାଲଟିଥିବା​‌ ଗଞ୍ଜାମରୁ ଲେଉଟା ପଳାୟନ ଆରମ୍ଭ ହୋଇଗଲାଣି। ହଟସ୍ପଟ ଜିଲା ହୋଇଥିବାରୁ ସମ୍ପ୍ରତି ଗଞ୍ଜାମ ଜିଲାରୁ ଆନ୍ତଃରାଜ୍ୟ ସର୍ବସାଧାରଣ ଗମନାଗମନ ସାଧନ ଉପଲବ୍ଧ ନ ଥିବାରୁ ସେଠାକାର ୨୭ଜଣ ଶ୍ରମିକ ବସରେ ଝାରସୁଗୁଡ଼ା ଆସିବା ପରେ ଶନିବାର ସକାଳେ ଝାରସୁଗୁଡା ଷ୍ଟେସନରୁ ହାଓଡ଼ା-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନରେ ସୁରଟ ଯାଇଛନ୍ତି।

ସୂଚନାନୁସାରେ, ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରୁ ୨୭ ଜଣ ଶ୍ରମିକ ସୁରଟ ଯିବା ପାଇଁ ଏକ ଘରୋଇ ବସରେ ଶୁକ୍ରବାର ସନ୍ଧ୍ୟା​‌ରେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ବସଟି ଶ୍ରମିକମାନଙ୍କୁ ଆଣି ଝାରସୁଗୁଡା ସହର ଭିତରେ ଛାଡି ଚାଲିଯିବା ପରେ ଶ୍ରମିକମାନେ ସହର ଭିତରେ ଚାଲି ଚାଲି ରେଳ ଷ୍ଟେସନ ଆଡକୁ ଯାଉଥିଲେ। ସୌଭାଗ୍ୟବଶତଃ ସେହି ରାସ୍ତା ଦେଇ ଯାଉଥିବା ଉପଜିଲାପାଳ ଶିବ ଟପ୍ପୋଙ୍କ ନଜର ପଡ଼ିବାରୁ ଶ୍ରମିକମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ସେମାନଙ୍କ ଅଭିପ୍ରାୟ ବିଷୟରେ ଜାଣିବା ପରେ କୋଭିଡ ମାଜିଷ୍ଟ୍ରେଟ ଓ ପୁଲିସକୁ ଡକାଇ ଶ୍ରମିକମାନଙ୍କ ଖାଇବା ପିଇବା ଯୋଗାଡ଼ କରିଥିଲେ। ସେମାନେ ଯେପରି କାହା ସଂସ୍ପର୍ଶରେ ନ ଆସି ସୁରକ୍ଷିତ ଭାବେ ଟ୍ରେନରେ ଯାତ୍ରା କରିବେ ସେ ବ୍ୟବସ୍ଥା କରାଯାଇଥିଲା।

- Advertisement -

ଗଞ୍ଜାମ ଜିଲାର ଶ୍ରମିକ ୪୦୦କିଲୋମିଟର ଯାତ୍ରା କରି ଝାରସୁଗୁଡ଼ା ଆସିବା ପରେ ଏଠାରୁ ଆଗକୁ ଯାତ୍ରା କରିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲକ୍‌ଡାଉନ ସମୟରେ ଘରକୁ ଫେରିଥିବା ଶ୍ରମିକମାନଙ୍କୁ ସରକାର ଗୃହ ଜିଲାରେ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ଅନଲକ୍- ୨ ସମୟରେ ଶ୍ରମିକମାନେ ଏଭଳି ପୁନଃପଳାୟନ କରିବା ସରକାରଙ୍କ ବିଫଳତାର ପରିଚୟ ଦେଉଛି ବୋଲି ଶ୍ରମିକନେତା ଅନନ୍ତ ପଣ୍ଡା କହିଛନ୍ତି।

ଲୋକମୁକ୍ତି ସଂଗଠନର ଉପଦେଷ୍ଟା ଅନନ୍ତ କହିଛନ୍ତି ଯେ, ଶ୍ରମିକମାନେ ଲକ୍‌ଡାଉନ ସମୟରେ ଜୀବନ ବିକଳରେ ନିଜ ଘରକୁ ଧାଇଁ ଆସିଥିଲେ। ସରକାରଙ୍କ ଦାୟିତ୍ବ ଥିଲା ଉଚିତ ରୋଜଗାର ଯୋଗାଇବା​‌। ହେଲେ ସରକାର ​‌ସେ ଦିଗରେ ବିଫଳ ହୋଇଛନ୍ତି। ଏତେ ଦିନ ହେଲା ରୋଜଗାର ମିଳି ନ ଥିବା ଶ୍ରମିକମାନେ କରୋନା ଆଗରୁ କଣ ଭୋକରେ ମରନ୍ତେ କି? ଶିଳ୍ପ କାରଖାନାଗୁଡ଼ିକ ପୁଣି ଆରମ୍ଭ ହୋଇ ଯାଇଥିବାରୁ ସେମାନେ ବାଧ୍ୟ ହୋଇ କାମକୁ ଫେରିଛନ୍ତି। ମୋ ନଜରରେ ପୁନଃ ପଳାୟନରେ ଶ୍ରମିକଙ୍କ ଆଦୌ ଭୁଲ ନାହିଁ ବୋଲି ସେ କହିଛନ୍ତି। ତେବେ ଏହି ଶ୍ରମିକମାନେ ସୁରଟରୁ ଆସିବା ପରେ ଓଡ଼ିଶାରେ ପୃଥକବାସରେ ରହିବା ସହ ପାଖ ପଡ଼ୋଶୀ ଲୋକଙ୍କ ଚକ୍ଷୁଶୂଳ ହୋଇଥିଲେ। ଏବେ ସୁରଟ ଯିବା ପରେ ସେଠାରେ ପୃଥକବାସରେ ତ ରହିବେ, ହେଲେ କମ୍ପାନୀ କର୍ତ୍ତୃପକ୍ଷ ଯେ ସାଦରେ ଗ୍ରହଣ କରିବେ ଓ ପୂର୍ବବତ୍ କାମ କରିପାରିବେ ତାହାକୁ ନେଇ ସନ୍ଦେହ ପ୍ରକଟ କରାଯାଇଛି। ଏହା ବ୍ୟତୀତ ଯେଉଁ ବସ୍ତି ବା କଲୋନୀରେ ପୂର୍ବରୁ ରହିଥିଲେ ସେଠି ବି ପୂର୍ବବତ୍ ଗ୍ରହଣୀୟତା ମିଳିବ ବୋଲି ଆଶା କରାଯାଇ ନ ପାରେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories