www.samajalive.in
Saturday, December 6, 2025
26.1 C
Bhubaneswar

ଏମିତି ଚାଲିଛି ପରିବେଶ ଚିନ୍ତା: ଏପଟେ ଗଛ କଟା, ସେପଟେ ବୃକ୍ଷ ରୋପଣ

ବାଲେଶ୍ବର : ଏପଟେ ଗଛ କଟା ସେପଟେ ବୃକ୍ଷ ରୋପଣ । ବନମୋହତ୍ସବର ଦିନ କେଇଟା ଯାଇନି ବାଲେଶ୍ୱର ଜିଲା ସୋର ବ୍ଲକ ସରସଙ୍ଖ ପଞ୍ଚାୟତରେ ସରକାରୀ ଜାଗାରେ ବେଆଇନ ମୂଲ୍ୟବାନ ଗଛ କଟା ଚାଲିଥିବା ବେଳେ ଅନ୍ୟ ଏକ ସ୍ଥାନରେ ବୃକ୍ଷ ରୋପଣ ଚାଲିଛି । ଏ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି। ବାଲେଶ୍ୱର ଜିଲା ସୋର ବ୍ଲକ ସରସଙ୍ଖ ପଞ୍ଚାୟତ ଗଞ୍ଜ ବଳଦୀଆ ଗ୍ରାମର ସରକାରୀ ଜାଗାରେ ଅଖିଳ ଭୁମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ପରିସରରେ ଲକ୍ଷାଧିକ ଟଙ୍କାର ଅକାଶୀ ଗଛକୁ କିଛି ଲୋକ ବେଇଆଇନ ଭାବେ କାଟି ପକାଇଥିବାର ଅଭିଯୋଗ ହୋଇଛି। ସର୍ବଶିରୋମଣି ମୁନି ସମାଜର ଝରି ମଙ୍ଗଳ ମୁନୀ ଗଛକଟା ଆଶ୍ରମ ନିର୍ମାଣ ପାଇଁ ହୋଇଥିବା କହିଛନ୍ତି ।

ସେହି ପଞ୍ଚାୟତର ବଣିଆଣି ପୋଖରୀ ଆଡିରେ ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ପରିଷଦ ତରଫରୁ ୩୦୦୦ ବୃକ୍ଷ ରୋପଣ ପାଇଁ ଶୁଭାରମ୍ଭ ହୋଇଛି। ପୋଖରୀ ଆଡକୁ ଲିଜ ନେଇ ବୁକ୍ଷରୋରଣ କାର୍ଯ୍ୟ ଆରମ୍ଭ ହୋଇଛି।  ଗୋଟିଏ ପଞ୍ଚାୟତରେ ସରକାରୀ ସ୍ଥାନରୁ ବେଆଇନ ଭାବେ ଲକ୍ଷାଧିକ ଗଛ କଟାକୁ ନିନ୍ଦା କରାଯାଉଥିବା ବେଳେ ସେହି ପଞ୍ଚାୟତରେ ଅନ୍ୟ ଏକ ସ୍ଥାନରେ ବୃକ୍ଷ ରୋପଣକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories