www.samajalive.in
Saturday, December 13, 2025
27.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୫.୫୩ ପ୍ରତିଶତ : ମୃତ୍ୟୁହାର ୧.୪୫%

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୨୫ହଜାର ଲୋକ ଆରୋଗ୍ୟଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୬ଲକ୍ଷ ୬ହଜାରକୁ ଟପି ଯାଇଛି।
ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୩.୦୨ ଭାଗ ରହିଛି। ବର୍ତ୍ତମାନ ଦେଶରେ ପାଖାପାଖି ୩ଲକ୍ଷ ୩ହଜାର ଲୋକ ଚିକିତ୍ସିତ ହେଉଛନ୍ତି। ଭାରତରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ କୋଭିଡରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟା ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ସର୍ବନିମ୍ନ ରହିଛି। ଦେଶରେ ପ୍ରତି ୧୦ଲକ୍ଷ
ଲୋକରେ ୧୦୫ଜଣ ଲୋକ କୋଭିଡରେ ମୃତ୍ୟୁ ଘଟୁଛି।
ମନ୍ତ୍ରଣାଳୟ କହିଛି ଅଧିକ ନମୂନା ପରୀକ୍ଷା, ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ସେମାନଙ୍କର ଠିକ୍‍ ସମୟରେ ଚିକିତ୍ସା କରାଯିବା ଯୋଗୁଁ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪୦୦ରୁ କମ୍‍ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ୨୪ହଜାର ୩୩୭ଜଣ ନୂଆ ଲୋକ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଫଳରେ ମୋଟ୍‍ ସଂକ୍ରମଣ ୧କୋଟି ୫୫ଲକ୍ଷ ରହିଛି। ମନ୍ତ୍ରଣାଳୟ
କହିଛି କୋଭିଡ୍ ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି, ଯାହା ବିଶ୍ୱରେ ସବୁଠୁ କମ୍‍।  ଗତ ୨୪ଘଣ୍ଟାମଧ୍ୟରେ ୩୩୩ଜଣ ମୃତ୍ୟୁ ଘଟିବା ସହ କୋଭିଡ୍‍ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ହଜାର ୮୧୦ରେ ପହଞ୍ଚିଛି।

ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୯ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧୬ କୋଟି ୨୦ଲକ୍ଷ ନମୂନା ପରୀକ୍ଷା କରାଯାଇ ସାରିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories