www.samajalive.in
Saturday, December 6, 2025
16.1 C
Bhubaneswar

ଦେଶରେ କୋଭିଡ୍‍-୧୯ ଆରୋଗ୍ୟଙ୍କ ସଂଖ୍ୟା ସାଢେ ୧୦ଲକ୍ଷ ଟପିଲା, ମୃତ୍ୟୁ ହାର ୨.୧୮% 

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ ଆରୋଗ୍ୟଙ୍କ ସଂଖ୍ୟା ୧୦ଲକ୍ଷ ୫୭ ହଜାର ୮୦୫ରେ ପହଞ୍ଚିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩୭ ହଜାର ୨୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାଫଳରେ ଆରୋଗ୍ୟ ହାର ୬୪.୫୪ ପ୍ରତିଶତରେ ପହଞ୍ଚିଛି।
ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାଠାରୁ ୧.୯ ଗୁଣ ଅଧିକ। ଉପଯୁକ୍ତ ଚିକିତ୍ସା ପରିଚାଳନା ଯୋଗୁଁ ଦେଶରେ କୋଭିଡ୍‍ ମୃତ୍ୟୁହାର ଗତ ଜୁନ୍‍ ୧୮ ତାରିଖ ସୁଦ୍ଧା ୩ .୩୩ ପ୍ରତିଶତ ଥିବା ବେଳେ ଗତକାଲି ଏହା ହ୍ରାସ ପାଇ ୨.୧୮ ପ୍ରତିଶତରେ ପହଞ୍ଚିଛି। ଦେଶର ବିଭିନ୍ନ ପରୀକ୍ଷାଗାରର ଭିତ୍ତିଭୂମି ବୃଦ୍ଧି ଯୋଗୁଁ ଜୁଲାଇ ୨୬ରୁ ୩୦ ମଧ୍ୟରେ ଦୈନିକ ହାରାହାରି ୪ଲକ୍ଷ ୬୮ ହଜାର ୨୬୩ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଇ ପାରିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୫ ହଜାର ୭୮ଟି ନୂଆ ମାମଲା ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ୩୮ ହଜାର ୮୭୦କୁ ବୃଦ୍ଧି ପାଇଛି। ଏବେ
ଦେଶର ବିଭିନ୍ନ ହସ୍ପିଟାଲରେ ୫ଲକ୍ଷ ୪୫ ହଜାର ୩୧୮ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଗୋଟିଏ ଦିନରେ ୭୭୯ ଜଣଙ୍କର ମୃତ୍ୟୁ ଘଟିବା ପରେ ଦେଶବ୍ୟାପି କରୋନା ଜନିତ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭ରେ ପହଞ୍ଚିଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories